ସାମ୍ବାଦିକଙ୍କୁ ମାଓବାଦୀଙ୍କ ହତ୍ୟା ଧମକ, ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ !

କଳାହାଣ୍ଡି ୨୮/୧୦: ନର୍ଲା ସାମ୍ବାଦିକଙ୍କୁ ମାଓବାଦୀଙ୍କ ହତ୍ୟା ଧମକ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାମଚାଗିରି କରି ଜନସାଧାରଣଙ୍କୁ ହଇରାଣ କରୁଥିବା ଅଭିଯୋଗରେ ଏହି ହତ୍ୟା ଧମକ ଦେଇଛନ୍ତି ମାଓବାଦୀ । ଏନେଇ ମାଓବାଦୀମାନେ ଜାରି କରିଛନ୍ତି ପୋଷ୍ଟର । କଳାହାଣ୍ଡି ନର୍ଲା ବ୍ଲକ୍ ମାଣ୍ଡେଲ୍ ଗ୍ରାମ ପଞ୍ଚାୟତ ସ୍ଥିତ ଅସୁରଗଡର ଏକ ବରଗଛରେ ଗୁରୁବାର ରାତିରେ ଖବର ଲାଗିଛି ଏହି ପୋଷ୍ଟର । ଏହି ପୋଷ୍ଟରରେ ମାଓବାଦୀ ମାନେ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦେବାପାଇଁ ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ନିଜ ପ୍ରକୃତିରେ ସୁଧାର ନଆଣନ୍ତି ତେବେ ନିଶ୍ଚିତ ଭାବରେ ଏହିଦଣ୍ଡ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଖବର ପାଇବା ପରେ ନର୍ଲା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରୁ ମାଓପୋଷ୍ଟର ଜବତ କରିଛି । ଖବର ଶୁଣି ନର୍ଲା ଅଞ୍ଚଳର ସମସ୍ତ ସାମ୍ବାଦିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି ।

Leave A Reply

Your email address will not be published.