ବାଇକ୍‌ ଉପରେ ଚଢିଗଲା ଟ୍ରକ, ଦୁଇ ଆରୋହୀ ମୃତ

ଢେଙ୍କାନାଳ ୨୮।୧୦ : ଢେଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାଇକ୍‌ ଉପରେ ଚଢିଗଲା କୋଇଲା ବୋଝେଇ ଟ୍ରକ । ଘଟଣାସ୍ଥଳରେ ବାଇକ୍‌ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

gpkandhamal
Umasankar Adv

ତେବେ ମୃତ ଦୁଇ ଜଣ କାମାକ୍ଷାନଗର ତୁମୁସିଂହା ଅଞ୍ଚଳର ବୋଲି ବାଇକ୍‌ ନମ୍ବରରୁ ଅନୁମାନ କରାଯାଇଛି । ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରକୁ ସ୍ଥାନୀୟଲୋକେ କାବୁ କରି ଟ୍ରକ ସହ ଗୋବିନ୍ଦପୁର ଫାଣ୍ଡି ପୋଲିସର ଜିମା ଦେଇଛନ୍ତି । ରାସ୍ତା ସଂପ୍ରସାରଣ କାର୍ଯ୍ୟ ଅଧାରେ ଅଟକି ରହିଥିବା ଏବଂ ଡାଇଭର୍ସନ ଲାଗି ଏହି ଦୁର୍ଘଟଣା ଘଟୁଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଛି ।

Leave A Reply

Your email address will not be published.