ମହାବାତ୍ୟାକୁ ପୂରିଛି ୨୨ ବର୍ଷ, ଏବେ ବି ମନରୁ ଲିଭିନି ଧ୍ୱସ୍ତ ବିଧ୍ୱସ୍ତର କରାଳ ରୂପ

ଭୁବନେଶ୍ୱର ୨୯/୧୦: ଆଜି ଅକ୍ଟୋବର ୨୯ । ୧୯୯୯ ମସିହା ମହାବାତ୍ୟାକୁ ୨୨ ବର୍ଷ ପୂରି ୨୩ ବର୍ଷ ଚାଲିଲା । ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେହି କରାଳ ରୂପ । ମହାବାତ୍ୟାର ରୂପ ଥିଲା ଭୟଙ୍କର । କରାଳ କାୟାରେ ଛାରଖାର ହୋଇଗଲା ଅନେକ ପରିବାର, ଧ୍ୱସଂସ୍ତୁପରେ ପରିଣତ ହେଲା ଘରଦ୍ବାର । ମହାବାତ୍ୟା ତ ସାରା ରାଜ୍ୟକୁ ଗ୍ରାସ କରିଥିଲା । କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳର ଅନେକ ଜିଲ୍ଲା । ଏଭିତରେ ୧୯୯୯ ମହାବାତ୍ୟାକୁ ୨୨ ବର୍ଷ ବିତି ଗଲାଣି କିନ୍ତୁ ବଦଳିନି ଚିତ୍ର । ସେଦିନ ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭିନି ସେହି ହୃଦୟ ବିଦାରକ ଦୃଶ୍ୟ । ସେମିତି ଲୋକ ସଚେତନ ହୋଇଛନ୍ତି କିନ୍ତୁ ସ୍ଥିତି ଦେଖିଲେ ଲାଗୁଛି ଆଜି ପର୍ଯ୍ୟନ୍ତ ଯେମିତି ଚେତିନି ପ୍ରଶାସନ । ୧୯୯୯ ମହାବାତ୍ୟାକୁ ପୁରିଲା ୨୨ ବର୍ଷ । ବାତ୍ୟାର କରାଳ ଗ୍ରାସରେ ନିମିଷକ ମଧ୍ୟରେ ଧୁଳିସାତ ହୋଇ ଗଲା ଅନେକ ଧନ ଜୀବନ । ଧ୍ବସଂସ୍ତୁପରେ ପରିଣତ ହୋଇଯାଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ। ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେଦିନର ଲୋମ ହର୍ଷଣକାରୀ ଦୃଶ୍ୟ ଅଙ୍ଗେ ନିଭାଇଥିବା ଲୋକଙ୍କ ମନରେ ଏବେବି ତାଜା ଅଛି ପୁରା ଘଟଣା । ଏହାରି ଭିତରେ ୨୨ ବର୍ଷ ବିତିଗଲାଣି । ଅନେକ ପରିମାଣରେ ବଦଳି ଗଲାଣି ଏରସମାର ଦୃଶ୍ୟପଟ୍ଟ । ହଲେ ତଥାପି ଲିଭିନି ପ୍ରଳୟର ଚିହ୍ନ । ସେ ଦିନର କଥା ମନେ ପଡିଲେ ଆଖିରୁ ଲୁହ ଗଡାଉଛନ୍ତି ଏରସମା ଅଞ୍ଚଳର ଲୋକେ। ହେଲେ ଅନେକ ଗାଁରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନି ବିକାଶର ପଦଚିହ୍ନ । ସମୁଦ୍ର ଠାରୁ ୨ କିଲୋମିଟର ଦୂରରେ ଏରସମା ବ୍ଲକ ଡିଗିରୀ ଓ ସାହାଙ୍ଗା ଗାଁରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ହେଲେ ଏବବି ଏହି ଲୋକେ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି।

Leave A Reply

Your email address will not be published.