ପାରିବାରିକ କଳହରୁ ଆତ୍ମହତ୍ୟା ! ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ଉଦଳା ୨୯।୧୦ : ଜଙ୍ଗଲରୁ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଗେଣ୍ଡାଗଡ଼ିଆ ଗାଁରୁ ମିଳିଛି ଏହି ମୃତଦେହ । ମୃତକ ମହିଷାସୁରି କଲୋନୀସାହିର ଯୋଗେନ୍ଦ୍ର ଦେହୁରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛି । ଖବର ଅନୁଯାୟୀ, ଗାଁ ପାଖରେ ଥିବା ଜଙ୍ଗଲରେ ଥିବା ଏକ ଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ କପ୍ତିପଦା ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ମୃତକଙ୍କ ନାମ ଯୋଗେନ୍ଦ୍ର ଦେହୁରୀ ବୋଲି ପୋଲିସ ଜାଣିବାକୁ ପାଇଛି ।  ଏବେ ଯାଏଁ ଯୋଗେନ୍ଦ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ଏହା ହତ୍ୟାକାଣ୍ଡ । ତାହାର ଛାନଭିନ କରୁଛି କପ୍ତିପଦା ପୋଲିସ ।ତେବେ ଯଦି ସେ ଆତ୍ମହତ୍ୟା କରିଛନ୍ତି । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି । ତାହା ପୋଲିସ ତଦନ୍ତ କରୁଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଶୁକ୍ରବାର ଯୋଗେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ତାପରେ ଯୋଗେନ୍ଦ୍ର ଘରୁ ବାହାରି ଆସି ଆଉ ଘରକୁ ଫେରିନଥିଲେ । ପାରିବାରିକ କଳହରୁ ଯୋଗେନ୍ଦ୍ର ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି ।

Leave A Reply

Your email address will not be published.