କାର୍ତ୍ତିକ ମାସର ଚତୁର୍ଥ ସୋମବାର, ବାବା ଧବଳେଶ୍ୱରଙ୍କ ପୀଠରେ ଲାଗିଛି ଗହଳି

ଆଠଗଡ ୩୧/୧୦: ମହା କାର୍ତ୍ତିକ ମାସର ଚତୁର୍ଥ ସୋମବାର । ଚଳଚଞ୍ଚଳ ଆଠଗଡର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ । ପୂଜକ ସମିତି ପକ୍ଷରୁ ରାତ୍ର ୩ ଟାରୁ ଦ୍ୱାର ଫିଟାଯାଇ ୧୦୮ ଗରା ସୁବାସିତ ଜଳରେ ବାବା ଙ୍କୁ ସ୍ନାନ କରାଯାଇ ସମସ୍ତ ନୀତି ସମାପନ ପରେ ଭୋର ୪ ଟା ବେଳକୁ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଧାଡି ଦର୍ଶନ ସହିତ ଝୁଲାପୋଲରେ ଭିଡ ରୋକିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବା ସହିତ ସିସିଟିଭି ଲଗାଯାଇ ସୁରକ୍ଷାର ଯାଞ୍ଚ କରିବା ସହ ଅସାମାଜିକ ଲୋକମାନଙ୍କ ଉପରେ ବିଶେଷ ଭାବରେ ନଜର ରହିଛି। ଦେବ ଦେବ ମହାଦେବଙ୍କ ଅତି ପ୍ରିୟ ବାର ସୋମବାର ରେ ମହାପ୍ରଭୁ ଙ୍କୁ ଦର୍ଶନ କଲେ କୋଟିଜନ୍ମ ର ପୂଣ୍ୟ ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

Leave A Reply

Your email address will not be published.