ଛଟ୍ ପୂଜାର ଶେଷ ଦିନ, ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ବ୍ରତଧାରୀ

ଝାରସୁଗୁଡା ୩୧/୧୦: ଝାରସୁଗୁଡା ଜିଲ୍ଲାରେ ଧୁମଧାମରେ ପାଳିତ ହୋଇଛି ଛଟ୍ ପୂଜା l ଦୁଇବର୍ଷ ପରେ ଛଟ ପୂଜା ଅତି ଧୁମଧାମରେ ପାଳନ କରାଯାଉଥିବାବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆଜି ସକାଳୁ ବ୍ରତଧାରୀମାନେ ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି l ଏଥିପାଇଁ ଆଜି ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପୋଖରୀ ଓ ନଦୀ ଘାଟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ବିହାରୀ ସମ୍ପ୍ରଦାୟ ପକ୍ଷରୁ ଜୀବଜଗତର କଲ୍ୟାଣ କାମନା କରି ଭଗବାନ ସୂର୍ଯ୍ୟଦେବ ଓ ଛଟି ମାତାଙ୍କ ପୂଜାର୍ଚ୍ଚନା ଧୁମଧାମରେ କରାଯାଇଛି । ଏହି ଛଟ୍ ପୂଜା ୨୮ତାରିଖ ନାହାଁଏ ଖାଏ ପୂଜାରେ ଆରମ୍ଭ ହୋଇ ୨୯ତାରିଖ ଖାର୍ନା ପୂଜା, ୩୦ ତାରିଖ ସନ୍ଧ୍ୟାରେ ସୂର୍ଯ୍ୟ ଦେବତାଙ୍କ ଅସ୍ତ ସମୟରେ ପ୍ରଥମ ଅର୍ଘ୍ୟ ଓ ଆଜି ସକାଳେ ଉଦୟଗାମୀ ସୂର୍ଯ୍ୟଙ୍କୁ ଦ୍ୱିତୀୟ ଅର୍ଘ୍ୟ ପ୍ରଦାନ କରି ପୂଜା ସମାପନ କରିଛନ୍ତି ବ୍ରତଧାରୀମାନେ ।

Leave A Reply

Your email address will not be published.