ଆସୁଛି ଆଉ ଏକ ଲଘୁଚାପ ! ପାଗରେ ହେବ ଆଂଶିକ ପରିବର୍ତ୍ତନ

ଭୁବନେଶ୍ୱର ୩୧।୧୦ : ଅକ୍ଟୋବରରେ ବଙ୍ଗୋପସାଗରେ ଲାଗ ଲାଗ ଘୂର୍ଣ୍ଣିବଳୟ ହୋଇଥିଲା । ଏବେ ନଭେମ୍ବରରେ ପୁଣି ଏକ ଘୂର୍ଣ୍ଣିବଳୟ ହେବାକୁ ଯାଉଛି । ୭ ସୁଦ୍ଧା ଏହା ଲଘୁଚାପ ରୂପ ନେଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଡ. ପଶୁପାଳକଙ୍କ ଆକଳନ କହୁଛି ଯେ, ୪ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଉତ୍ତର ସୁମାତ୍ରା ପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ସେହି ସ୍ଥାନରେ ୨ରୁ ୩ ଦିନ ଯାଏ ରହିପାରେ । ବିଷୁବ ରେଖାର ପାଖରେ ଥିବା ଯୋଗୁ ଏହା ଘନୀଭୂତ ହେବାରେ ବିଳମ୍ବ ହେବ । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୭ ତାରିଖ ସୁଦ୍ଧା ଲଘୁଚାପ ରୂପ ନେଇପାରେ । ଏହା ପୁଣି ଘନୀଭୂତ ହୋଇ ଦେଶର ପୂର୍ବ ଉପକୂଳକୁ ପ୍ରଭାବିତ କରିପାରେ ବୋଲି କେତେକ ମଡେଲ ଆକଳନ କରୁଛନ୍ତି । କିନ୍ତୁ ଏହା କେତେ ଘନୀଭୂତ ହେବ ଓ ଏହାର ଗତି କୁଆଡେ ତାହା ଲଘୁଚାପ ସୃଷ୍ଟି ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.