ପୁଟିନଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ହେଉଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନଥିବାବେଳେ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଋଷ ଆକ୍ରମଣର କଡ଼ା ଜବାବ ଦେବା ଜାରି ରଖିଛି ୟୁକ୍ରେନ। ଏହାରି ମଧ୍ୟରେ ଏବେ ଋଷ ରାଷ୍ଟ୍ରପତି ଭ୍ଳାଦିମୀର ପୁଟିନଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି ପୁଟିନ୍ ଏହି ଯୁଦ୍ଧ ଶେଷ ବେଳକୁ ଆଉ ରାଷ୍ଟ୍ରପତି ହୋଇ ରହିବେ ନାହିଁ। ୟୁକ୍ରେନର ଚିଫ୍ ଅଫ୍ ଡିଫେନ୍ସ ଇଣ୍ଟେଲିଜେନ୍ସର ମେଜର ଜେନେରାଲ କାୟରଲୋ ବୁଡାନୋବ ଦାବି କରିଛନ୍ତି ଯେ ପୁଟିନ ଏହି ଯୁଦ୍ଧ ଶେଷ ବେଳକୁ ରାଷ୍ଟ୍ରପତି ରହିବେ ନାହିଁ। ବୁଡାନୋବ କହିଛନ୍ତି ଯେ ଏକ ରିପୋର୍ଟ ଅନୁଯାୟୀ, ଋଷ ଅଧିକାରୀମାନେ ଭ୍ଲାଦିମୀର ପୁଟିନକୁ ସତ୍ତାରୁ ହଟାଇବା ପାଇଁ ସକ୍ରିୟ ଚର୍ଚ୍ଚା କରୁଛନ୍ତି । ସେ କହିଛନ୍ତି ଆମକୁ ଲାଗୁଛି ଯେ ପୁଟିନ୍ ଏବେ ଆଉ ସତ୍ତାରେ ରହିବେ ନାହିଁ। କାରଣ ଋଷ ଆଗାମୀ ରାଷ୍ଟପ୍ରତି କିଏ ହେବେ ? ସେନେଇ ଚର୍ଚ୍ଚା ହେଉଛି। କ୍ରିମିଆର ଚିଫ୍ ଅଫ୍ ଡିଫେନ୍ସ ଇଣ୍ଟେଲିଜେନ୍ସର ମେଜର ଜେନେରାଲ କାୟରଲୋ ବୁଡ଼ାନୋବ କହିଛନ୍ତି ଯେ, ୟୁକ୍ରେନ ନଭେମ୍ବର ଶେଷ ସୁଦ୍ଧା ଖେରସନ ଉପରେ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି । ସେହିଭଳି ଆମର ଲକ୍ଷ୍ୟ ରହିଛି ଯେ କ୍ରିମିଆକୁ ମଧ୍ୟ ଋଷ ପୁନଃ ଅକ୍ତିଆର କରିବା। ସୂଚନାଯୋଗ୍ୟ, କ୍ରିମିଆ ମଧ୍ୟ ପୂର୍ବରୁ ୟୁକ୍ରେନର ଅଂଶ ଥିଲା କିନ୍ତୁ ୨୦୧୪ ରେ ଋଷ କ୍ରିମିଆ ଉପରେ କବ୍ଜା କରିଥିଲା।

Leave A Reply

Your email address will not be published.