ନଭେମ୍ବର ୪ରୁ ବଙ୍ଗୋମୁଣ୍ଡା ଧନୁଯାତ୍ରା

ବଲାଙ୍ଗୀର ୦୨।୧୧ : ବଙ୍ଗୋମୁଣ୍ଡାରେ ଧନୁଯାତ୍ରା ନେଇ ପ୍ରସ୍ତୁତି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ହେବାକୁ ଥିବା ୩୬ ତମ ଧନୁଯାତ୍ରା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହା ନଭେମ୍ବର ୪ତାରିଖରୁ ଆରମ୍ଭ ହୋଇ ୮ତାରିଖ ପର୍ଯ୍ୟନ୍ତ ଚାଲିବ ।ତେବେ ଯାତ୍ରାକୁ କିଭଳି ସୂଚାରୂ ରୂପେ ସଂପାଦନ କରାଯିବ । ସେ ଉପରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ଏହାସହିତ ପ୍ରତିଦିନ କଂସ ଦରବାର ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ ତଥା ମନୋରଞ୍ଜନ ପାଇଁ ମୀନା ବଜାର ଓରମାସ ଷ୍ଟଲ ପଡିବେ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ ବର୍ଷ ଧରି କରୋନା କଟକଣା ଲାଗି ଯାତ୍ରା ବନ୍ଦ ଥିଲା । କିନ୍ତୁ ଚଳିତ ବର୍ଷ କୋଭିଡ଼ କେସ୍‌ କମ୍‌ ଥିବାର ଲୋକଙ୍କ ଭିଡ ବଢିବାର ଆଶଙ୍କା କରିଛି ଆୟୋଜକ କମିଟି ।

Leave A Reply

Your email address will not be published.