ଗାଁ ଜଙ୍ଗଲରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ

ଦେବଗଡ ୦୨।୧୧ : ଗାଁ ଜଙ୍ଗଲରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଠାବ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତୁଟାବାରୀ ଗ୍ରାମ୍ୟ ଜଙ୍ଗଲରୁ ମୃତଦେହ ଠାବ ହୋଇଛି । ମୃତକଙ୍କ ନାମ ତୁଟାବାରୀ ଗାଁର ମିନତୀ ଓରଫ ଦେବକୀ ନାଏକ ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗାଁ ପାଖ ଜଙ୍ଗଲକୁ କିଛି ଲୋକ ଯାଇଥିଲେ । ସେଠାରେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । କୁଣ୍ଢେଇଗୋଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ମହିଳାଙ୍କ ସ୍ୱାମୀ ନଥୁରୀ ଓରଫ ବାଳକୃଷ୍ଣ ନାଏକ ଫେରାର ଅଛନ୍ତି ।

Leave A Reply

Your email address will not be published.