ଦକ୍ଷିଣ କୋରିଆ ସୀମାରେ ଉତ୍ତର କୋରିଆର ମିସାଇଲ ମାଡ଼

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସାମୁଦ୍ରିକ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଉତ୍ତର କୋରିଆ ମିସାଇଲ ମାଡ଼ । ଉତ୍ତର କୋରିଆ ୧୦ ଟି ଭିନ୍ନ ଭିନ୍ନ ରେଞ୍ଜର ମିସାଇଲ ମାଡ଼ କରିଥିବା ନେଇ ବୁଧବାର ସିଓଲ ସେନା ତରଫରୁ କୁହାଯାଇଛି। ତେବେ ଏହାର ଜବାବରେ ସାଉଥ କୋରିଆ ମଧ୍ୟ ସେହି ଅଞ୍ଚଳକୁ ତିନି ରାଉଣ୍ଡ ମିସାଇଲ ନିକ୍ଷେପ କରିଛି। ମିସାଇଲ ନିକ୍ଷେପକୁ ନେଇ ଦକ୍ଷିଣ କୋରିଆ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ (ଜେସିଏସ) କାଙ୍ଗ୍ ସିନ୍-ସୁଲ କହିଛନ୍ତି ଯେ, ଉତ୍ତର କୋରିଆ ମିସାଇଲ ମାଡ଼ କରିବା ସ୍ବାଭାବିକ ନୁହେଁ ଏବଂ ଆଦୌ ଗ୍ରହଣୀୟ ନୁହେଁ। ଏହା ମିସାଇଲ ମାଡ଼ ଦକ୍ଷିଣ କୋରିଆର ସାମୁଦ୍ରିକ ସୀମା ନିକଟବର୍ତ୍ତୀ ଥିଲା। ସେ କହିଛନ୍ତି ଉତ୍ତର କୋରିଆ ଲଞ୍ଚ କରିଥିବା ମିସାଇଲ ମଧ୍ୟରୁ ତିନିଟି ମିଶାଇଲ କମ୍ ରେଞ୍ଜର ବାଲିଷ୍ଟିକ୍ ମିସାଇଲ ରହିଥିଲା। ଯାହାକି ଉତ୍ତର କୋରିଆର ଉପକୂଳବର୍ତ୍ତୀ ଓ୍ବନସାନ ଅଞ୍ଚଳରୁ ସମୁଦ୍ରକୁ ନିକ୍ଷେପ କରିଥିଲା। ଅନ୍ୟ ଏକ ମିସାଇଲ ଦକ୍ଷିଣ ଏବଂ ଉତ୍ତର ସୀମାଠାରୁ ୨୬ କିମି ଦୂରରେ ମାଡ଼ ହୋଇଥିଲା। ଏହା ମଧ୍ୟ ଇଣ୍ଟର-କୋରିଆନ ସାମୁଦ୍ରିକ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ମାଡ଼ ହୋଇଥିଳଶ । ଆଉ ଏକ ମିସାଇଲ ଦକ୍ଷିଣ କୋରିଆ ସହର ସୋକଚୋ ଠାରୁ ୫୭ କିଲୋମିଟର ଠାରୁ ଦୂରରେ ମାଡ଼ ହୋଇଥିଲା। ସେହିପରି ଉତ୍ତର-ପଶ୍ଚିମ ଉଲ୍ଲେଙ୍ଗ ଠାରୁ ୧୬୭ କିଲୋମିଟର ଦୂରରେ ଏକ ମିସାଇଲ ମାଡ଼ ହୋଇଥିଲା। ମିସାଇଲ ଲଞ୍ଚ ପରେ ଉଲ୍ଲେଉନଗୋ ଦ୍ବୀପ ରେ ଏକ ସତର୍କତା ଜାରି କରାଯାଇଥିଲା। ଏଠାରେ ଲୋକଙ୍କୁ ସୁରକ୍ଷିତ ଭୂତଳ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା। ଏହି ଘଟଣାକୁ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ତୀବ୍ର ନିନ୍ଦା କରିବା ସହ ଉଚିତ୍ ପଦକ୍ଷେପ ନିଆଯାଉଥିବା କହିଛନ୍ତି। ଆହୁରି ମଧ୍ୟ ଉତ୍ତର କୋରିଆର ଏହି ମିସାଇଲ ମାଡ଼ ସିଓଲ ଏବ ଓ୍ବାସିଙ୍ଗଟନ୍ ଦ୍ବାରା କରାଯାଉଥିବା ମିଳିତ ଯୁଦ୍ଧାଭ୍ୟାସ ନିକଟବର୍ତ୍ତୀ ଅଞ୍ଚଳରେ ହୋଇଥିଲା। ଏଠାରେ ଶତାଧିକ ଯୁଦ୍ଧ ବିମାନ ରହିଥିଲା।

Leave A Reply

Your email address will not be published.