ଚିଟଫଣ୍ଡ କେଳେଙ୍କାରୀ, ୧୦ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ପ୍ରଦୀପ ସେଠୀ

ଭୁବନେଶ୍ୱର ୦୩।୧୧ : ଚିଟ୍‌ଫଣ୍ଡ ଠକେଇ ମାମଲାରେ ଦୀର୍ଘ ୧୦ ବର୍ଷ ପରେ ଜେଲ୍‌ରୁ ମୁକୁଳିଛନ୍ତି ଅର୍ଥତତ୍ତ୍ୱ (ଏଟି) ମାଲିକ ପ୍ରଦୀପ ସେଠୀ । ସେ ବ୍ରହ୍ମପୁର ଜେଲ୍‌ରେ ରହୁଥିଲେ । ଜେଲ୍‌ରୁ ବାହାରିବା ପରେ ସେ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସ ହେଉଛନ୍ତି । ତାଙ୍କର ମାନସିକ ସ୍ଥିତ ଖରାପ ଥିବା ଜଣାପଡିଛି । ତାଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ ହୋଇଥିଲା । ହେଲେ ସେ ଅଧିକ ୩ ବର୍ଷ ଜେଲ୍‌ ଦଣ୍ଡ ଭୋଗିଛନ୍ତି । ତେବେ ସିବିଆଇ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ କରି ସାରିଛି । ହେଲେ ଜମାକାରୀଙ୍କୁ ଟଙ୍କା ଟିଏ ମିଳି ପାରି ନାହିଁ । ୨୦୦୯ରେ “ଅର୍ଥତତ୍ତ୍ୱ’ କମ୍ପାନୀର ଶୁଭାରମ୍ଭ ହୋଇଥିଲା । ୨୦୦୯ ରୁ ୨୦୧୨ ମଧ୍ୟରେ ସଂସ୍ଥା ମୁଖ୍ୟ ପ୍ରଦୀପ ସେଠୀ ଓଡ଼ିଶାର ହଜାର ହଜାର ଜମାକରୀଙ୍କ ଠାରୁ ୬୦୦ କୋଟି ନେଇ ବଡ଼ ବ୍ୟବସାୟୀ ପାଲଟି ।ଇଥିଲା । ୨୦୦୮ ସ୍ୱର୍ଣ୍ଣ ଅର୍ଥତତ୍ତ୍ୱ ଜୋନାରେ ବିଭିନ୍ନ ଜମାକରୀଙ୍କ ଠାରୁ ୪୦ କୋଟି ଉଦ୍ଧ୍ୱର୍ ଟଙ୍କା ଠକେଇ କରିଥିଲେ । ୨୦୧୩ରେ ସ୍ୱର୍ଣ୍ଣ ଜୋନାରେ ଟଙ୍କା ଲଗାଇଥିବା ବ୍ୟବସାୟୀ ପ୍ରିୟବ୍ରତ ମଲ୍ଲିକ ଏନେଇ ଖାରବେଳନଗର ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ୧୪୫/୧୩ରେ ଏକ ମାମଲା ରୁଜୁ କରି ଅଭିୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୧୨୦(ଖ), ୪୨୦, ୪୦୬, ଏବଂ ୪,୫ ଓ ୬ ପ୍ରାଇସ୍‌ ଚିଟ୍ସ୍‌ ଆଣ୍ଡ ମନି ସର୍କୁଲେସନ୍‌ ସ୍କିମ୍‌(ବ୍ୟାନିଂ) ଆକ୍ଟ୍‌ ୧୯୭୮ରେ ମାମଲା ରୁଜୁ କରିଥିଲା । ହେଲେ ପୁଲିସ୍‌ ପ୍ରଦୀପଙ୍କୁ ସେତେବେଳେ ଗିରଫ କରି ନଥିଲା । ସେହିପରି ଅବସରପ୍ରାପ୍ତ ବରିଷ୍ଠ ପୁଲିସ୍‌ ଅଧତ୍କାରୀ ସୁକୁମାର ପାଣିଗ୍ରାହୀଙ୍କ ଠାରୁ ଜମି ଦେବା ନାଁରେ ୧୭ଲକ୍ଷ ଟଙ୍କା ନେଇଥିଲେ । ହେଲେ ପରେ ଜମି ଦେଇନଥିଲେ । ପଲିସ୍‌ ଅଧିକାରୀ ଏନେଇ ସେ ଖାରବେଳ ନଗର ଥାନରେ ଅଭିୋଗ କରିଥିଲେ । ଖାରବେଳନଗର ଥାନା ପୁଲିସ୍‌ ତାଙ୍କ ବିରୋଧରେ କେସ ନମ୍ୱର ୪୪/୧୩, ଦଫା ୪୨୦,୧୨୦ (ବି), ୪୦୬ରେ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲା । ୨୦୧୩ ମେ’ ୧୨ ତାରିଖରେ କମିଶନ୍‌ରେଟ୍‌ ପୁଲିସ୍‌ ପ୍ରଦୀପ ସେଠୀଙ୍କୁ ଖୋର୍ଦ୍ଧାରେ ଗିରଫ କରିଥିଲା । ପରେ ମାମଲା ସିବିଆଇକୁ ଯାଇଥିଲା । ସିବିଆଇ ଘଟଣାର ତଦନ୍ତ କରି ଅନ୍ୟ ଅଭିୁକ୍ତଙ୍କୁ ଗିରଫ କରିଥିଲା । ପରେ ପ୍ରଦୀପ ନିଜର ଅପରାଧ କୋର୍ଟ ନିକଟରେ ମାନି ଯାଇଥିଲେ । ପ୍ରଥମେ ୨୦୧୭ ମସିହାରେ ଚିଟ୍‌ଫଣ୍ଡ ଠକେଇ ମାମଲାରେ ସ୍ପେଶାଲ୍‌ ସିଜେଏମ୍‌ ସିବିଆଇ କୋର୍ଟ ସଂସ୍ଥା ମୁଖ୍ୟ ପ୍ରଦୀପଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହ ୩୦ ହଜାର ଟଙ୍କା ଜରିମାନା କରିଥିଲେ । ତା’ଛଡା କ୍ଷତିପୂରଣ ବାବଦକୁ ପ୍ରଦୀପଙ୍କୁ ୨୫୦ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଟଙ୍କା ନ ହେଲେ ତାଙ୍କ ସମ୍ପତ୍ତି ଆଟାଚ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କ୍ଷତିପୂରଣ ବାବଦକୁ ପ୍ରଦୀପଙ୍କୁ ଟଙ୍କା ଦେଇ ନବାରିବାକୁ ତାର ସମସ୍ତ ସ୍ଥାବର-ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା । ସେହିଭଳି ଖାରବେଳନଗର ଥାନାରେ ୧୪୫/୧୩ରେ ରୁଜୁ ହୋଇଥିବା ମାମଲାର ବିଚାର କରି ସିଜେଏମ୍‌ କୋର୍ଟ ସଂସ୍ଥା ମୁଖ୍ୟ ପ୍ରଦୀପଙ୍କୁ ପୁଣି ଥରେ ୭ ବର୍ଷ ଜେଲ୍‌ ଦଣ୍ଡ ଦେବା ସହ ୭୫ ହଜାର ଟଙ୍କା ଜରିମାନା କରିଥିଲେ । କୋର୍ଟ ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲ୍‌ ଦଣ୍ଡ ଭେଗିବାକୁ ପଡ଼ିବ । କୋର୍ଟ ନିୟମ ଅନୁସାରେ ପ୍ରଦୀପ ୭ ବର୍ଷ ଜେଲ୍‌ ଦଣ୍ଡ ଭେଗିବା ପରେ ଜେଲ୍‌ରୁ ବାହାରିବାର ନିୟମ ଥିଲା । ହେଲେ ବିଭିନ୍ନ ଆଇନଗତ ସମସ୍ୟା ପାଇଁ ସେ ବାହାରି ପାରି ନଥିଲେ । ଦୀର୍ଘ ୧୦ ବର୍ଷ ପରେ ସେ ଜେଲ୍‌ରୁ ବାହାରିଛନ୍ତି ।

Leave A Reply

Your email address will not be published.