ବାପା-ମାଆଙ୍କ ଆଖି ଆଗରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ, ଦଳିଦେଲା ହାତୀ

ଝାରସୁଗୁଡା, ୦୪/୧୧: ଝାରସୁଗୁଡ଼ା ଅନ୍ତର୍ଗତ କିର୍ମିରା ବ୍ଳକ ଭଉଁରା ନିକଟରେ ହାତୀ ଆକ୍ରମଣରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ସେମାନେ ଛତିଶଗଡ଼ ରାଜ୍ୟ ଶକ୍ତି ଅଞ୍ଚଳର ଜଣାପଡିଛି । ମୃତ ନାବାଳକ ଧନଞ୍ଜୟ ସତନମୀ(୯) ଓ ଅଭୟ ସତନମୀ(୧୧) । ଗୁରୁତର ହୋଇଥିବା ମହିଳା(ଲେହେରାବାଈ ସତନମୀ) ଏବଂ ସ୍ବାମୀ (ଉମେଶ ରାମ ସତନମୀ)। ଦୁଇ ପୁଅଙ୍କୁ ବଞ୍ଚାଇବାକୁ ଯାଇ ଲେହେରାବାଈଙ୍କ ହାତ ଭାଙ୍ଗିଥିବା ବେଳେ ଉମେଶ ରାମ ସାମାନ୍ୟ ଆହତ ହୋଇଛନ୍ତି। ଉଭୟଙ୍କୁ ବନ ବିଭାଗ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। । ଇଟା ଭାଟିରେ କାମ କରିବାକୁ ଦୁଇଦିନ ତଳେ କିର୍ମିରା ଆସିଥିବା ବେଳେ ଏଭଳି ଘଟଣା ଘଟିଛି । ବାଗଡିହି ଅଞ୍ଚଳରେ ବର୍ତ୍ତମାନ ୭ ଟି ହାତୀ ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.