ରକେଟ୍‌ ବାଣ ଫୁଟାଇବା ବେଳେ ଅଘଟଣ, ଜଳିଗଲା ଯୁବକଙ୍କ ମୁହଁ

ସୋର,୦୪/୧୧: ବାଣ ଫୁଟି ଜଣେ ଯୁବକଙ୍କ ମୁହଁ ଜଳିଯାଇଛି l ଖଇରା ବ୍ଲକ କ୍ଷୀରପଦା ଗ୍ରାମରେ ଏକ ଶୋଭାଯାତ୍ରା ଚାଲିଥିବା ବେଳେ ଏପରି ଅଘଟଣ ଘଟିଛି l ଶୋଭାଯାତ୍ରାରେ ଉକ୍ତ ଗାଁର ଯୁବକ ସେକ ସକରାଉଦ୍ଦୀନ ରକେଟ ବାଣ ଫୁଟାଉଥିବା ବେଳେ ବାଣଟି ମୁହଁରେ ଫୁଟିବାରୁ ସେ ଗୁରୁତର ହୋଇପଡିଥିଲା l ଫଳରେ ଯୁବକଙ୍କ ମୁହଁ ଜଳିଯାଇଛି l ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯଇଛି l

Leave A Reply

Your email address will not be published.