ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ହାତୀପଲ

ପାଟଣା ୦୫/୧୧: ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୪ ଟିକିଆ ହାତୀପଲ । ନଷ୍ଟ କରଛନ୍ତି ଏକର ଏକର ଧାନ ଫସଲ । ଯେନତେନ ପ୍ରକାରରେ ଲୋକେ ଘଉଡାଇଲେ ମଧ୍ୟ ଯିବାର ନା ଧରୁନି । ବିଳମ୍ବିତ ରାତିରେ ହାତୀପଲ କରଞ୍ଜିଆ ରେଞ୍ଜରୁ ଆସିଥିବା ସୂଚନା । ଜାମୁନାଳିଆ ନିକଟରେ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜକୁ ପ୍ରବେଶ କରିଛନ୍ତି । ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଛନ୍ତି । ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅଛନ୍ତି ।

Leave A Reply

Your email address will not be published.