ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ଭୁବନେଶ୍ୱର ୦୫।୧୧: ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଡିସେମ୍ବର ୫ରେ ହେବ ପଦ୍ମପୁର ଉପନିର୍ବାଚନ । ଏହି ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର । ଖବର ଅନୁଯାୟୀ, ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ହେବାକୁ ଯାଉଛି । ଏଥିଲାଗି ନଭେମ୍ବର ୧୦ରେ ପ୍ରକାଶ ପାଇଁ ବିଧିବଦ୍ଧ ବିଜ୍ଞପ୍ତି । ଏହାପରେ ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ । ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ହୋଇଥିବା ବେଳେ ସେହି ଦିନ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ପରେ ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ।

Leave A Reply

Your email address will not be published.