ଲୁଟିନେଲେ ମା ତାରିଣୀଙ୍କ ଆଖି ଓ ଅଳଙ୍କାର

ମାହାଙ୍ଗା ୦୫/୧୧: ମାହାଙ୍ଗା ବ୍ଲକ ଉସୁମା ପଞ୍ଚାୟତର ନଈ ମୁହଁ ଠାରେ ଥିବା ତାରିଣୀ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତମାନେ ମାଙ୍କ ମନ୍ଦିରର ତାଲା ଭାଙ୍ଗି ଲୁଟି ନେଇଛନ୍ତି ଅଳଙ୍କାର । ରୂପା ମୁକୁଟ, ସୁନା ମଥା ମଣି, ସୁନା ଆଖି ସହ ଅନେକ ପିତ୍ତଳ ସାମଗ୍ରୀ ଲୁଟି ନେଇଛନ୍ତି । ଏହା ସହ ରଘୁନାଥ ନଗର ଗ୍ରାମର ସାବିତ୍ରୀ ସାହୁଙ୍କ ଠାକୁର ଘରୁ ଲକ୍ଷାଧିକ ଟଙ୍କାର ହନୁମାନ ପଇସା, ରୂପା ଟଙ୍କା, ଜଗନ୍ନାଥଙ୍କ କଠଉ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମାହାଙ୍ଗାରେ ବାରମ୍ବାର ମନ୍ଦିର ମାନଙ୍କରୁ ଚୋରି ହେଲେ ମଧ୍ୟ କୌଣସି ଚୋର ଧରା ପଡୁନାହାନ୍ତି । ଫଳରେ ଚୋର ମାନେ ରାତିର ଅନ୍ଧକାର ଭିତରେ ତାଙ୍କର କାୟା ବିସ୍ତାର କରିବାରେ ଲାଗିଛନ୍ତି । ତୁରନ୍ତ ଏହି ଚୋର ମାନକୁ ଗିରଫ କରିବା ସହ ପୋଲିସ ପେଟ୍ରୋଲିଂ କଡ଼ା କଡି କରିବାକୁ ଜନ ସାଧାରଣ ଦାବି କରିଛନ୍ତି ।

Leave A Reply

Your email address will not be published.