୫୦୦ରୁ ଅଧିକ ଗୋରୁ ଉଦ୍ଧାର

ଜଳେଶ୍ୱର ୦୫।୧୧ : ୭ଟି ଗୋରୁ ବୋଝେଇ କଣ୍ଟେନର ଜବତ, ୫୦୦ରୁ ଅଧିକ ଗୋରୁ ଉଦ୍ଧାର। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ପୋଲିସ ୭ଟି କଣ୍ଟେନର ଜବତ କରିଛି, ସେଥିରୁ ୫୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଖବର ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ୬୦ନମ୍ବର ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଦଲାଲ ମାନଙ୍କ ଦ୍ୱାରା ଗୋରୁ ଚୋରା ଚାଲାଣ ହେଇ ଆସୁଥିବା ବେଳେ ଏବେ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ଉପରେ ପଶ୍ଚିମବଙ୍ଗ ପୋଲିସ ରୋକ ଲଗାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ୮ଟି କଣ୍ଟେନରରେ ଗୋରୁ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ପଶ୍ଚିମବଙ୍ଗ ଭିତରକୁ ଗାଡି ଗୁଡିକୁ ପଶିବାକୁ ଦେଇନଥିଲା । ଗାଡି ଗୁଡ଼ିକ ଓଡ଼ିଶା ସୀମା ଜଳେଶ୍ୱର ଥାନା ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଅଟକି ରହିଥିଲା । ଜଳେଶ୍ୱର ପୋଲିସ ଖବର ପାଇ ଚଢ଼ାଉ କରି ୭ଟି କଣ୍ଟେନର ଜବତ କରିଥିଲା । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.