ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ଧବଳେଶ୍ୱର

ଆଠଗଡ ୦୫/୧୧: ମହାକାର୍ତ୍ତିକ ମାସର ପଞ୍ଚୁକର ଦ୍ୱିତୀୟ ଦିନ । ଆଜି ଦ୍ୱିତୀୟ ଦିନରେ ଦୁର୍ଲଭ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଭର୍ଚୁଆଲ ମାଧ୍ୟମରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଝୁଲାପୋଲ ଏବଂ ମନ୍ଦିର ବେଢାରେ ୧୪୪ ଧାରା ବଳବତ୍ତର ରହିଛି । କାର୍ତ୍ତିକ ମାସ ଧର୍ମର ମାସ ହୋଇଥିବାରୁ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିବା ସହିତ ମାନସିକ ଶାନ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ବାସ ରହିଛି । ହେଲେ ଚଳିତ ବର୍ଷ କାର୍ତ୍ତିକର ପହିଲି ପଞ୍ଚକ ଓ ବଡ଼ ଓଷାରେ ସିଧସଳଖ ହେବ ନାହିଁ ବାବା ଧବଳେଶ୍ବରଙ୍କ ଦର୍ଶନ । ଏଲଇଡିରେ ଧବଳେଶ୍ୱରଙ୍କ ଦର୍ଶନ ପାଇଁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ମୁଖ୍ୟରାସ୍ତା ମନ୍ଦିର ଫାଟକ ପାଖରେ ଏଲଇଡି ସ୍କ୍ରିନରେ ବାବା ଧବଳେଶ୍ବରଙ୍କ ଦର୍ଶନ ନେଇ ପ୍ରଶାସନର ନିଷ୍ପତ୍ତି । ହେଲେ ଝୁଲାପୋଲ ଓ ମନ୍ଦିର ବେଢାରେ ୧୪୪ ଧାରା ବଳବତ୍ତର ରହିବ ।

Leave A Reply

Your email address will not be published.