ଗୁଜରାଟରେ ୨୭ ବର୍ଷ ରହିଲାଣି ବିଜେପି

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ମାତ୍ରେ ଓପିନିୟନ ପୋଲ୍‌ ଆରମ୍ଭ ହୋଇ ଯାଇଛି। ଏଥର ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଗୁଜରାଟ ବିଧାନସଭା ନିର୍ବାଚନରେ ହେବ ତ୍ରିମୁଖୀ ଲଢେଇ। ମଇଦାନରେ ବିଜେପି, କଂଗ୍ରେସ ଏବଂ ଆପ୍। ଏବେ ସର୍ଭେରେ ପ୍ରଶ୍ନ କରାଯାଇଛି ଯେ, କଣ ଆପଣ ସରକାର ବଦଳାଇବାକୁ ଚାହାନ୍ତି ? ଏହା ଉପରେ ଗୁଜରାଟବାସୀ ଚକିତ କରିବା ଭଳି ଜବାବ ଦେଇଛନ୍ତି। ରାଜ୍ୟର ୪୩ ପ୍ରତିଶତ ଲୋକ ଅସନ୍ତୁଷ୍ଟ ଅଛନ୍ତି ଏବଂ ସରକାର ବଦଳାଇବାକୁ ଚାହୁଁଥିବା ସର୍ଭେରୁ ଜଣା ପଡିଛି। ଅନ୍ୟପକ୍ଷେ ୩୪ ପ୍ରତିଶତ ଲୋକ ସରକାର ବଦଳାଇବାକୁ ଚାହାନ୍ତି ନାହିଁ। ବାକି ୨୩ ପ୍ରତିଶତ ଜନତା ନା ଅସନ୍ତୁଷ୍ଟ ନା ସରକାର ବଦଳାଇବାକୁ ଚାହାନ୍ତି। ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ପାର୍ଟି ନିଜର ଅଣ୍ଟା ଭିଡିଛନ୍ତି। ଏବିପି-ସି ଭୋଟର ସର୍ଭେ ଅନୁଯାୟୀ, ରାଜ୍ୟରେ ବିଜେପିକୁ ମୋଟ୍ ୧୮୨ ଆସନରୁ ୧୩୧-୧୩୯ ଆସନ ମିଳିପାରେ।  ୨୦୦୨ ବିଧାନସଭା ନିର୍ବାଚନରେ ବିଜେପି ହିନ୍ଦୁତ୍ଵ ଲହରରେ ୧୨୭ ଆସନ ଜିତିଥିଲା। ଅର୍ଥାତ ବିଜେପି ନିଜର ପୂର୍ବ ରେକର୍ଡ ଭାଙ୍ଗିପାରେ। ଗତ ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଇଥିବା କଂଗ୍ରେସ ଏଥର ୩୧ରୁ ୩୯ ଆସନ ଜିତିପାରେ।

Leave A Reply

Your email address will not be published.