ଗୁଇନ୍ଦା ଅପରେସନ ନୂଆ ଗୃହ ଉଦଘାଟନ କଲେ ପୋଲିସ ମହାନିର୍ଦ୍ଦେଶକ

ନୂଆପଡ଼ା ୦୪/୧୧: ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ ଦିନିକିଆ ନୂଆପଡ଼ା ଗସ୍ତରେ ଆସି ଜିଲ୍ଲା ଗୁଇନ୍ଦା ଅପରେସନ ନୂଆ ଗୃହ ଶୁଭ ଉଦ୍ଘାଟନ କରିଛନ୍ତି। ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଂଜିବ ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, ପୂର୍ବାଞ୍ଚଳ ଡିଆଇଜି ଅନିରୁଦ୍ଧ କୁମାର ସିଂ, ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତଙ୍କ ସହ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର ଉପସ୍ଥିତ ଥିଲେ। ନୂଆପଡ଼ାରେ ପହଞ୍ଚିବା ପରେ ନକ୍ସଲ ଦମନ ଅଭିଯାନ କିଭଳି ଆହୁରି ଜୋରସୋର ହେବ ସେନେଇ ଆଲୋଚନା କରିବା ସହ ପଡ଼ୋଶି ଛତିଶଗଡ଼ ସହ ନକ୍ସଲ ଦମନକୁ ନେଇ ଏକ ମିଳିତ ଅଭିଯାନ କରିବା ନେଇ ଜିଲ୍ଲା ସ୍ତରିୟ ଅଧିକାରୀଙ୍କ ସହ ଅଲୋଚନା କରିଥିଲେ। ନକ୍ସଲ ଦମନ କାର୍ଯ୍ୟକ୍ରମକୁ ଜୋରଦାର କରାଯାଉଥିବା ବେଳେ ହିଂସା ଛାଡି ମୂଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଏହାସହ ଆକାଶ ମାର୍ଗରେ ସୁନାବେଡା ଅଭୟାରଣ୍ୟ ଅନୁଧ୍ୟାନ କରି ସେ ଭୂବନେଶ୍ବର ଫେରିଯାଇଛନ୍ତି।

Leave A Reply

Your email address will not be published.