ସିଜେଆଇଙ୍କ ଆଜି ଶେଷ କାର୍ଯ୍ୟ ଦିବସ, ୬ଟି ବଡ଼ ମାମଲାରେ ରାୟ ଶୁଣାଇବେ ଜଷ୍ଟିସ୍ ୟୁୟୁ ଲଲିତ

ନୂଆଦିଲ୍ଲୀ ୦୭।୧୧: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ୟୁୟୁ ଲଲିତଙ୍କର ସୋମବାର ଶେଷ କାର୍ଯ୍ୟ ଦିବସ । ବୁଧବାର ସେ ଆବସର ନେବେ । ସେବା ନିବୃତ୍ତ ହେବେ ଜଷ୍ଟିସ୍ ୟୁୟୁ ଲଲିତ । ଅନ୍ତିମ ଦିନରେ ସିଜେଆଇ ୬ଟି ବଡ଼ ମାମଲା ଉପରେ ରାୟ ଶୁଣାଇବେ। ତାଙ୍କ ପରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଓ୍ବାଇଭି ଚନ୍ଦ୍ରଚୂଡ଼ ସିଜେଆଇ ଭାବେ ଦାୟିତ୍ବ ଗ୍ରହଣ କରିବେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଲିଲିତ ଆଜି ୬ଟି ବଡ଼ ମାମଲାରେ ରାୟ ଶୁଣାଇବେ । ସାଧାରଣ ବର୍ଗରେ ଆର୍ଥିକ ଅନଟନରେ ଜୁଝି ହେଉଥିବା ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନେଇ ଆବେଦନ ହୋଇଥିବା ମାମଲାର ରାୟ ଶୁଣାଇବେ ସିଜେଆଇ । ଏହି ସଂରକ୍ଷଣ, ସମ୍ବିଧାନର ୧୦୬ତମ ସଂଶୋଧନ ଆକ୍ଟ ଜରିଆରେ ଲାଗୁ ହୋଇଥିଲା । ୨୦୧୯ରେ ସମ୍ବିଧାନର ଅନୁଚ୍ଛେଦ ୧୫ ଓ ୧୬ ଉପବନ୍ଧ-୬ରେ ଏହାକୁ ଯୋଡ଼ା ଯାଇଥିଲା । ଏହାକୁ ଅସାମ୍ବିଧାନିକ କହି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସେହିପରି ଆମ୍ରପାଲ୍ଲୀ ଆଦିବାସୀ ଯୋଜନାରେ ଗ୍ରାହକଙ୍କୁ ଫ୍ଲାଟ୍ ଦେବା ଓ ପଇସା ଫେରାଇବାକୁ ନେଇ ରାୟ ଶୁଣାଣିବେ ସିଜେଆଇ । ଜଷ୍ଟିସ୍ ୟୁୟୁ ଲଲିତ ପ୍ରଧାନ ବିଚାରପତି ଭାବେ ୭୨ ଦିନ ଦାୟିତ୍ବ ତୁଲାଇଛନ୍ତି । ତାଙ୍କ କାର୍ଯ୍ୟକାଳ ସମୟରେ ସୁପ୍ରିମକୋର୍ଟ କଲେଜିୟମର କାର୍ଯ୍ୟଶୈଳିରେ ପାରଦର୍ଶିତା ଆଣିବା,  ମାମଲା ଗୁଡ଼ିକର ତାଲିକାଭୂକ୍ତ ପ୍ରଣାଳୀରେ ପରିବର୍ତ୍ତନ ଆଣିବା, କଲେଜିୟମର ନିଷ୍ପତ୍ତିକୁ ସାର୍ବଜନନୀ କରିବା ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ନିଷତ୍ତି ନେଇଛନ୍ତି । ସେହିପରି ତାଲିକାଭୂକ୍ତ ହୋଇନଥିବା ୪୦୦ ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ ଜଷ୍ଟିସ୍ ଲଲିତ । ଏହା ଉପରେ ପୂର୍ବରୁ କୋର୍ଟ ମଧ୍ୟ ଜବାବ ତଲବ ପାଇଁ ରେଜିଷ୍ଟାରଙ୍କୁ କହିଥିଲେ । ସେପଟେ ଆସନ୍ତାକାଲି ଠାରୁ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ ଓ୍ବାଇଭି ଚନ୍ଦ୍ରଚୂଡ଼ । ସେ ଦୁଇ ବର୍ଷ କାଳ ସିଜେଆଇ ଭାବେ ଦାୟିତ୍ବ ତୁଲାଇବେ।

Leave A Reply

Your email address will not be published.