FIH ପ୍ରୋ ଲିଗରେ ସ୍ପେନକୁ ୩-୧ରେ ହରାଇଲା ଭାରତ

ଭୁବନେଶ୍ୱର ୦୭।୧୧: କଳିଙ୍ଗ ଷ୍ଟାଡିୟମରେ ପୁଣି କମାଲ କଲା ଭାରତ । FIH ପ୍ରୋ ଲିଗ ହକିରେ ଭାରତର ରୋମାଞ୍ଚକର ବିଜୟ । ସୁଟ ଆଉଟରେ ସ୍ପେନକୁ ୩-୧ ରେ ପରାସ୍ତ କରିଛି ଭାରତ । ନିର୍ଦ୍ଧାରିତ ସମୟ ସୁଦ୍ଧା ଉଭୟ ଟିମ୍ ୨-୨ ଗୋଲରେ ବରାବର ସ୍ଥିତିରେ ଥିଲେ । ଯାହା ଫଳରେ ମ୍ୟାଚ ସୁଟଆଉଟ ସ୍ଥିତିକୁ ଯାଇଥିଲା । ସୁଟଆଉଟରେ କିନ୍ତୁ ଭାରତୀୟ ଖେଳାଳି ମାନେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ତେବେ FIH ପ୍ରୋ ଲିଗ ହକିରେ ରବିବାର ଖେଳାଯାଇଥିବା ମ୍ୟାଚରେ ଆରମ୍ଭରୁ ଭାରତ ଆକର୍ଷଣୀୟ ଖେଳ ଜାରି ରଖିଥିଲା । ହେଲେ ସ୍ପେନ ପରେ କମବ୍ୟାକ କରି ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲା । ରବିବାର ମ୍ୟାଚ ବିଜୟ ପରେ FIH ପ୍ରୋ ଲିଗ ଗ୍ରୁପ ଟପରେ ରହିଛି ଭାରତ । ବିଶ୍ୱକପ ପୂର୍ବରୁ ନିଜ ଘରୋଇ ମାଟିରେ ଭାରତ ସ୍ପେନକୁ ହରେଇବା ସହ ଆଗାମୀ ବିଶ୍ୱକପ ପାଇଁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ଼ ହୋଇଛି ।

Leave A Reply

Your email address will not be published.