ଓଲଟିଲା ପିଚୁ ବୋଝେଇ ଟ୍ରକ 

କରଞ୍ଜିଆ ୦୭।୧୧ : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ୪୯ ନମ୍ବର ଜାତୀୟ ରାଜପଥ ଯଶୀପୁର ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ୧୨ଚକିଆ ଟ୍ରକ । ଯାହାଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସୋମବାର ସକାଳ ସମୟରେ କରଞ୍ଜିଆ ୪୯ ନମ୍ବର ଜାତୀୟ ରାଜପଥ ଯଶୀପୁର ନିକଟ ଗହୀରାବାଙ୍କ ନିକଟରେ ଏକ ପିଚୁ ବୋଝେଇ ଟ୍ରକଟି ଦୁର୍ଘଟଣାର ଶିକାର ହୋଇଛି । ଏହି ୧୨ ଚକିଆ ଟ୍ରକଟି ଭାରସାମ୍ୟ ହରାଇ ଓଲଟିଯାଇଛି । ଯାହାଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରୁ ଯଶୀପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଜାର ରଖିଛି ।

Leave A Reply

Your email address will not be published.