ବୁଡ଼ାଗୁଡାରେ ମାଓ ପୋଷ୍ଟର, ସରପଞ୍ଚଙ୍କୁ ଗୁଳିକରି ହତ୍ୟା ଧମକ

ଦାରିଙ୍ଗବାଡି ୦୭/୧୧: ଦାରିଙ୍ଗବାଡି ବୁଡ଼ାଗୁଡା ପଞ୍ଚାୟତ ମାଓବାଦୀମାନେ ଜାହିର କରିଛନ୍ତି ତାଙ୍କର ଦବଦବା । ପୋଷ୍ଟର ଜାରି କରି ଦେଇଛନ୍ତି ଚେତାବନୀ । ବୁଡ଼ାଗୁଡା ପଞ୍ଚାୟତ ମୁଖ୍ୟ ପାଚେରୀରେ ମାଓବାଦୀମାନେ ଲଗାଇଛନ୍ତି ପୋଷ୍ଟର । ଏହି ପୋଷ୍ଟରରେ ସରପଞ୍ଚଙ୍କୁ ଗୁଳିକରି ମାରିଦେବା ନେଇ ଉଲ୍ଲେଖ ହୋଇଛି । ବୁଡ଼ାଗୁଡ଼ା ସରପଞ୍ଚ ତାତୁରା ପ୍ରଧାନଙ୍କ ନାମରେ ଲାଗିଛି ଏହି ପୋଷ୍ଟର । ଡେଡ଼ିମାହା ଠାରୁ ଡ଼ାବାରିବାନ୍ଧା ରାସ୍ତା ନିର୍ମାଣ କାଯ୍ୟ ତୁରନ୍ତ ସାରିବା ପାଇଁ ଏହି ପୋଷ୍ଟରରେ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.