ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ରାୟଗଡ଼ା ୦୮/୧୧: ପରକୀୟା ପ୍ରୀତିକୁ କେନ୍ଦ୍ରକରି ବିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କତାଗୁଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାନୁଯାୟୀ, କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କତାଗୁଡ଼ା ଗ୍ରାମର ନୀଳକଣ୍ଠ କୌଶଲ୍ୟା ତାଙ୍କ ସ୍ତ୍ରୀ ରାଧା କୌଶଲ୍ୟାଙ୍କର ପରକୀୟା ପ୍ରୀତି ଥିବା ନେଇ ସନ୍ଦେହ କରୁଥିଲେ । ଏନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିଲା । ସ୍ତ୍ରୀର ଅନୈତିକ ସମ୍ପର୍କକୁ ସହ୍ୟ କରି ନପାରି ଶେଷରେ ନୀଳକଣ୍ଠ ରାଧାଙ୍କୁ ହତ୍ୟା କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ଖବର ଲେଖାଯିବା ସୁଦ୍ଧା ଏନେଇ ସବିଶେଷ ତଥ୍ୟ ମିଳିନାହିଁ।

Leave A Reply

Your email address will not be published.