ଏଲନ୍‌ ମସ୍କ୍‌ଙ୍କ ଡବଲ୍ ଝଟକା! ଟ୍ବିଟର ୟୁଜର୍ସଙ୍କୁ ଦେବାକୁ ପଡ଼ିପାରେ ସବସ୍କ୍ରିପସନ୍‌ ଚାର୍ଜ…

ନୂଆଦିଲ୍ଳୀ, ୦୯/୧୧: ଏଲନ୍‌ ମସ୍କ୍‌ ଟ୍ବିଟର ୟୁଜରଙ୍କୁ ଆଉ ଏକ ଝଟକା ଦେବାକୁ ପ୍ରସ୍ତୁତି କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ ସବୁ ଟ୍ବିଟର ୟୁଜର୍ସଙ୍କ ଠାରୁ ଟ୍ବିଟର ବ୍ୟବହାର କରିବା ପାଇଁ ଚାର୍ଜ ନେଇପାରନ୍ତି। ସବୁ ୟୁଜର୍ସଙ୍କ ଠାରୁ ସବସ୍କ୍ରିପସନ ଚାର୍ଜ ପାଇଁ ଯୋଜନା କରାଯାଉଥିବା ନେଇ ଚର୍ଚ୍ଚା ହେଉଛି। ଏହା ମଧ୍ୟ କୁହାଯାଉଛି ଯେ କମ୍ପାନୀ ମାସରେ କିଛିଦିନ ୟୁଜର୍ସଙ୍କୁ ମାଗଣାରେ ଟ୍ବିଟର ଅଫର କରିବ। ଏହାପରେ ୟୁଜର୍ସଙ୍କୁ ଫି ଦେବାକୁ ପଡ଼ିବ। ତେବେ ଏହା କେବେଠାରୁ ଲାଗୁ କରାଯିବ ସେନେଇ କିଛି ସ୍ପଷ୍ଟ କରାଯାଇନାହିଁ। ବର୍ତ୍ତମାନ କମ୍ପାନୀ ଟ୍ବିଟର ବ୍ଳୁ ରୋଲଆଉଟ୍ ଉପରେ କାମ କରୁଛନ୍ତି। ଏମିତିରେ ଏହା ଅନୁମାନ କରାଯାଉଛି ଯେ ସବୁ ୟୁଜରଙ୍କଠାରୁ ଚାର୍ଜ ନେବା ପାଇଁ କିଛି ସମୟ ଲାଗିପାରେ। ସୂଚନାଯୋଗ୍ୟ, ଏଲନ ମସ୍କ ଟ୍ବିଟରକୁ କିଣିବା ପରେ ଅନେକ ପରିବର୍ତ୍ତନ କରିଛନ୍ତି। ଏଥିରେ ବ୍ଲୁ ଟିକ୍ ପାଇଁ ସବସ୍କ୍ରପସନ ଚାର୍ଜ ମୁଖ୍ୟ ଅଟେ। ମସ୍କ ଟ୍ବିଟର ବ୍ଲୁ ଟିକ୍ ପାଇଁ ୭.୯୯ ଡଲାରର ସବସ୍କ୍ରିପସନ ଚାର୍ଜ ନେବା ଆରମ୍ଭ କରିଛନ୍ତି। ସବସ୍କ୍ରିପସନ୍ ଚାର୍ଜ ନେବା ଆରମ୍ଭ ହୋଇଛି। ବର୍ତ୍ତମାନ ଏହା କାନାଡା, ଆମେରିକା, ୟୁକେ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଆରମ୍ଭ ହୋଇଛି।

Leave A Reply

Your email address will not be published.