ପାଟଣାରେ ଘନ କୁହୁଡି

ପାଟଣା ୨୪।୧୧: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଘନ କୁହୁଡ଼ିର ଧଳା ଚାଦର ଦେଖିବାକୁ ମିଳିଛି । ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ ଲାଗି ଲୋକଙ୍କ ଯିବାଆସିବାରେ ବହୁ ଅସୁବିଧା ହେଉଛି । ଏପିରିକି ସାଧାରଣ ଲୋକେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡିଛି । ସେହିପରି ପ୍ରାତଃ ଭ୍ରମଣ ପାଇଁ ଲୋକେ ସମସ୍ୟାରେ ପଡିଛନ୍ତି । ସବୁ ସମୟରେ ଚଳଚଞ୍ଚଳ ଥିବା ପାଟଣା ଅଞ୍ଚଳ ଏବେ ପୁରା ଶୁନ୍‌ଶାନ୍‌ ହୋଇଛି । କୁହୁଡ଼ା ଲାଗି ଦୃଶ୍ୟମାନ କମ୍‌ ଥିବା ଲାଗି ଗାଡି ମୋଟର ଚଳାଚଳରେ ବାଧା ସୃଷ୍ଟି ହୋଇଛି । କେନ୍ଦୁଝର ପାଟଣା  ଦେଇ ଯାଇଥିବା  ୪୯ ନମ୍ବର ଜାତୀୟ ରାଜପଥ  ବମ୍ବେ- କଲିକତା, ଏବଂ ୨୨୦ ନମ୍ବର ରାଞ୍ଚି- ବିଜୟୱାଡା ଜାତୀୟ ରାଜପଥରେ ଗାଡି ଚଳାଚଳରେ ସମସ୍ୟା ଦେଖାଦେଇଛି । ଏପିରିକି ଲାଇଟ୍ ଲଗାଇ ଗାଡି ମୋଟର ଯିବା ଆସିବା କରୁଥିବା  ଦେଖିବାକୁ ମିଳିଛି l

Leave A Reply

Your email address will not be published.