ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ବାଇକ ଓ ସାଇକେଲରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ

ପୁରୀ ୨୪/୧୧: ଅସୁରକ୍ଷିତ ଶ୍ରୀକ୍ଷେତ୍ର ପୁରୀ । କେତେବେଳେ ବୋମା ମାଡ ତ ଆଉ କେତେବେଳେ ହଣାକଟା । ଏପରିକି କଥା କଥାକେ ଫୁଟୁଛି ଗୁଳି । ଏଭଳି ସ୍ଥିତିରେ ନୀଳଚକ୍ର ନଗରରେ ଦୁର୍ବୃତ୍ତମାନେ ଚଲାଇଛନ୍ତି ସେମାନଙ୍କ ଆତଙ୍କ ରାଜ । ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଦୁଇଟି ବାଇକ ଓ ସାଇକେଲରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ନିଳଚକ୍ର ନଗରର ସଞ୍ଜୟ କୁମାର ଦାସଙ୍କ ବାଇକ ଓ ସାଇକେଲରେ ଦୁର୍ବୃତ୍ତ ମାନେ ଲଗାଇଛନ୍ତି ନିଆଁ । କିଏ ଏବଂ କାହିଁକି ଏଭଳି କରିଛି ତାହା ସ୍ପଷ୍ଟ ହୋଇନାହିଁ। ପୋଲିସ ଖବର ପାଇଁ ତଦନ୍ତ ଆରମ୍ଭ କରିଛି । ଆଗକୁ ଘଟଣା ଘଟିବାର କାରଣ କଣ ତାହା ଜଣାପଡିବ ।

Leave A Reply

Your email address will not be published.