ଥରାଇବ ଶୀତ, ଆହୁରି ୨ରୁ ୩ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର ୨୬।୧୧ : ରାଜ୍ୟରେ ପାରଦ କ୍ରମଶଃ ତଳକୁ ଖସୁଛି । ଗତକାଲି ୧୩ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଝାରସୁଗୁଡ଼ାରେ ୧୨, ସୁନ୍ଦରଗଡ଼ରେ ୧୨.୫, ଫୁଲବାଣୀରେ ୧୩, ଦାରିଙ୍ଗିବାଡି଼ରେ ୧୩, କେନ୍ଦୁଝରରେ ୧୩.୨, ଭବାନୀପାଟଣାରେ ୧୩.୨, ଦେବଗଡ଼ରେ ୧୩.୪, ବରଗଡ଼ରେ ୧୩.୮ ରହିଛି । ସେହିପରି ସୋନପୁରରେ ୧୪.୨, ବୌଦ୍ଧରେ ୧୪.୫, ସମ୍ବଲପୁରରେ ୧୪.୬, ବାଲେଶ୍ୱରରେ ୧୪.୬, ଅନୁଗୁଳରେ ୧୪.୬, ସମ୍ବଲପୁରରେ ୧୪.୬ ଓ ହୀରାକୁଦରେ ୧୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ ଦେଇଛି ।

Leave A Reply

Your email address will not be published.