ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର

ବ୍ରହ୍ମପୁର ୨୬/୧୧: ବ୍ରହ୍ମପୁରରେ ଥମୁନି ରାଗିଂ । ଏତର କିନ୍ତୁ କୌଣସି କଲେଜ ନୁହେଁ । ଏଥର ରାଗିଂ ହୋଇଛି ଘରୋଇ ସ୍କୁଲରୁ । ଘରୋଇ ସ୍କୁଲରୁ ରାଗିଂ ହୋଇଥିବା ହୋଇଛି ଅଭିଯୋଗ । ଏକ ଘରୋଇ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ କେତେକ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପରିବାରବର୍ଗଙ୍କ ପକ୍ଷରୁ ଗୋଶାଣୀ ନୂଆ ଗାଁ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍ ଏ ଘଟଣାର ଅଧିକ ତଦନ୍ତ କରୁଛି । ସ୍କୁଲର ୮ ଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୭ ଜଣ ନାବାଳକ ହୋଇଥିବା ବେଳେ ଜଣେ ସାବାଳକ । ଆଇନ୍ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍ ପି ।

Leave A Reply

Your email address will not be published.