ସେଲ୍ ଭିତରେ ଜନତା ଦରବାର, ପୁଣି ଭାଇରାଲ ହେଲା ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ

ନୂଆଦିଲ୍ଲୀ: ବିବାଦ ଓ ସତ୍ଯେନ୍ଦ୍ର ଜୈନ୍ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିଛା ଛାଡ଼ୁନି ବିବାଦ । ତିହାର ଜେଲ୍ ଭିତରର ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ସତ୍ୟେନ୍ଦ୍ର ଜୈନ୍ ସେଲ୍ ଭିତରେ ପୂର୍ବ ଜେଲ୍ ଅଧିକ୍ଷକ ଅଜିତ୍ କୁମାରଙ୍କ ସହିତ ବୈଠକ କରୁଥିବାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓ ସେପ୍ଟେମ୍ବର 10 ତାରିଖର । ସେହି ସମୟରେ ଅଜିତ୍ କୁମାର ଜେଲ୍ ସୁପରିଟେଣ୍ଡେଣ୍ଟ୍ ଦାୟିତ୍ବରେ ରହିଥିଲେ । ଏହା ସହିତ ସେଲ୍ ଭିତରେ ସତ୍ଯେନ୍ଦ୍ର ଜୈନ୍ କିଛି ଲୋକଙ୍କ ସହିତ ବୈଠକ କରୁଥିବା ଦେଖିବାକୁ ମଧ୍ୟ ମିଳିଛି । ମନି ଲଣ୍ଡ୍ରିଂ ମାମଲାରେ ଗରିଫ ହୋଇ ତିହାର ଜେଲରେ ଥିବା ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଦିନକୁ ଦିନ ରାଜନୀତିର ଅଡୁଆ ସୂତା ଭିତରେ ଛନ୍ଦି ହୋଇଯାଉନ୍ତି । ସେଲ୍ ଭିତରର ଗୋଟିଏ ପରେ ଗୋଟିଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ମସାଜ ପରେ ଏବେ ଜେଲ୍ ଭିତରେ ଜନତା ଦରବାର ବସାଇଥିବା ଭିଡିଓ ନଜରକୁ ଆସିଛି । କିଛି ଲୋକଙ୍କ ସହିତ ବୈଠକ ବେଳର ଭିଡିଓ ଭାଇରାଲ ହୋଇଛି । ସତ୍ୟେନ୍ଦ୍ର ଜୈନ ପୂର୍ବତନ ଜେଲ୍ ଅଧିକ୍ଷକଙ୍କ ଅଜିତ୍ କୁମାରଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ସେଲ୍ ଭିତରେ ସତ୍ଯେନ୍ଦ୍ର ଜୈନଙ୍କ ଏହି ସିସିଟିଭି ଫୁଟେଜ୍ ସେପ୍ଟେମ୍ବର 10 ତରିଖ ବୋଲି ଜଣାପଡ଼ିଛି । ସେତେବେଳେ ଅଜିତ୍ କୁମାର ଜେଲ୍ ଅଧିକ୍ଷକ ଦାୟିତ୍ବରେ ଥିଲେ । ସତ୍ୟେନ୍ଦ୍ରଙ୍କ ଏହି ଭିଡିଓ ବିଜେପି ନେତା ହରିଶ୍ ଖୁରାନା ନିଜ ଟ୍ବିଟରେ ପୋଷ୍ଟ କରିଛନ୍ତି । ଏହା ପୂର୍ବରୁ ସତ୍ୟେନ୍ଦ୍ର ଜୈନଙ୍କୁ ଜଣେ ଦୁଷ୍କର୍ମ ଅଭିଯୁକ୍ତ ମସାଜ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ଦିଳ୍ଲୀ ସରକାରଙ୍କୁ ଘେରିଥିଲା ଭାରତୀୟ ଜନତା ପାର୍ଟି । ହେଲେ ଏହାକୁ  କାଉଣ୍ଟର କରି ଏହା ଏକ ପ୍ରକାରର ଚିକିତ୍ସା ବୋଲି ସଫେଇ ଦେଇଥିଲା ଆପ୍ ।

Leave A Reply

Your email address will not be published.