ଦୁଇ କେନ୍ଦ୍ରମନ୍ତ୍ରୀ ଖାଇବା ବେଳେ ଫଟୋ ଉଠାଇଲା ସିଆଇଡି

ପଦ୍ମପୁର : ଜଣେ ଅପରିଚିତ ବ୍ୟକ୍ତି ପଦ୍ମପୁରକୁ ନିର୍ବାଚନୀ ପ୍ରଚାରରେ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂହ ତୋମାରଙ୍କ ଖାଇବା ବେଳର ଫଟୋଇବାକୁ ନେଇ ଦେଖାଦେଇଛି ଉତ୍ତେଜନା। ସୋହଲାରେ ଜଣେ ବିଜେପି କର୍ମୀଙ୍କ ଘରେ ଖାଇବା ବେଳେ ଫଟୋ ଉଠାଇବାକୁ ଉଦ୍ୟମ କରିବା ବେଳେ ମନ୍ତ୍ରୀଙ୍କ ପିଏସ୍‌ଓ ଓ ବିଜେପି କର୍ମୀମାନେ ଫଟୋଉଠାକୁ ବିରୋଧ କରିଥିଲେ ଏବଂ ଅପରିଚିତ ବ୍ୟକ୍ତିଙ୍କ ପରିଚୟ ପଚାରିଥିଲେ। ତେବେ ଏହି ଅପରିଚିତ ବ୍ୟକ୍ତି କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ପଳାଇଲେ। ହେଲେ ଯିବା ବେଳେ ତାଙ୍କର ଆଇକାର୍ଡ ମୋବାଇଲ ଛାଡ଼ି ପଳାଇଥିଲେ। ଆଇକାର୍ଡଟି ଭୁବନେଶ୍ୱର ସିଆଇଡି ସ୍ପେଶାଲ ବ୍ରାଞ୍ଚର ଜଣେ କର୍ମଚାରୀଙ୍କର ବୋଲି ଜଣାପଡ଼ିଛି। ଆଇକାର୍ଡରୁ ଏହି ବ୍ୟକ୍ତି ଜଣକ ସିଆଇଡିରେ ଆସିଷ୍ଟାଣ୍ଟ ସବ୍‌ଇନ୍ପେକ୍ଟର ଭାବେ କାମ କରନ୍ତି ଓ ତାଙ୍କ ନାମ ଭୋଜରାଜ ଦାଶ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ପଦ୍ମପୁର ଟାଉନ୍ ଥାନାରେ ବିଜେପି ନେତା ଲିଖିତ ଅଭିଯୋଗ କରିଛନ୍ତି। ଫଟୋ ଉଠାଉଥିବା ବ୍ୟକ୍ତି କିଏ ଓ କାହିଁକି ଉଠାଉଥିଲେ ତାହାର ତଦନ୍ତ କରି ଜରୁରୀ ପଦକ୍ଷେପ ନେବାକୁ ଏତଲାରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.