ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଠିକଣାରେ କେନ୍ଦ୍ରୀୟ ଟିମର ରେଡ

ପଦ୍ମପୁର : ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଦ୍ମପୁରରେ ‌ଆଜି ହଠାତ୍‌ କେନ୍ଦ୍ରୀୟ ଟିମ୍‌ର ରେଡ୍‌ ହୋଇଛି। ୩ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ ଆରମ୍ଭ କରିଛି। ଘର ଭିତରେ ରେଡ୍‌ ଚାଲିଥିବା ବେଳେ ବାହାରେ ଏକେ ୪୭ ରାଇଫଲ ସହ ସିଆରପିଏଫ ଯବାନମାନେ ରହିଛନ୍ତି। ଘର ଭିତରୁ କାହାକୁ ବାହାରକୁ ଛଡ଼ା ଯାଉନି କିମ୍ବା ବାହାର ଲୋକଙ୍କୁ ଭିତରକୁ ଯିବାକୁ ଅନୁମତି ମିଳୁନି। ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରାଯାଉଛି। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି। ବହିଦାରପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଦୁଇଟି ଯାକ ଘରେ ଏକକାଳୀନ ରେଡ୍‌ କରାଯାଇଛି। ତେବେ ରେଡ୍‌ କ’ଣ ପାଇଁ କରାଯାଉଛି, ସେ ବିଷୟରେ କେହି ବି ମୁହଁ ଖୋଲି ନାହାନ୍ତି।

Leave A Reply

Your email address will not be published.