ଦମନ ଦେଖ, ଦମ୍‌ ବିରିୟାନୀ ଖାଅ

ଚଣ୍ଡିଖୋଲ ୨୮।୧୧ :  ହଲ୍‌ ମାଲିକଙ୍କ ନିଆରା ଉଦ୍ୟମ। ଫିଲ୍ମ ଦେଖ ଦମ୍‌ ବିରିୟାନୀ ଖାଅ । ଓଡିଆ ଫିଲ୍ମ ଦମନ ଦେଖିଲେ ଦମ୍‌ ବିରିୟାନୀ ଦେଉଛନ୍ତି ହଲ୍‌ ମାଲିକ । ଯାଜପୁର ଜିଲ୍ଲା ଜାରକା ସ୍ଥିତ କେ ଓ୍ୱାନ୍‌ ଟକିଜ୍‌ ପକ୍ଷରୁ ଏଭଳି ଅଫର ଦିଆଯାଉଛି । ଖବର ଅନୁଯାୟୀ, ସବୁଠି ଓଡ଼ିଆ ଫିଲ୍ମ ଦମନ କୁ ନେଇ ଚର୍ଚ୍ଚା । ରାଜ୍ୟ ଓ ରାଜ୍ୟ ବାହାରେ ଦମ ଦେଖାଉଛି ଫିଲ୍ମ ଦମନ ।  ଏହି ଫିଲ୍ମର କାହାଣୀ ଦର୍ଶକଙ୍କ ମନ ଛୁଇଁ ପାରିଛି । ଏହି ଫିଲ୍ମ ହଲରେ ଭଲ ବ୍ୟବସାୟ ମଧ୍ୟ କରୁଛି । ହେଲେ ଦମନକୁ ନେଇ ହଲ ମାଲିକଙ୍କ ନିଆରା ଉଦ୍ୟମ ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ଜାରକା ସ୍ଥିତ କେ ୱାନ ଟକିଜ ପକ୍ଷରୁ ଯେଉଁ ଦର୍ଶକ ମାନେ ଦମନ ଫିଲ୍ମ ଦେଖିବେ  । ସେମାନଙ୍କୁ ମାଗଣାରେ ଦମ ବିରିୟାନୀ ପ୍ରଦାନ କରାଯାଇଛି । ଯେଉଁଥି ପାଇଁ ଫିଲ୍ମ ହଲରେ ଦର୍ଶକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି । ସେପଟେ ଦର୍ଶକମାନେ ଫିଲ୍ମ ଦେଖିବା ସହ ଦମ ବିରିୟାନୀ ଖାଇବାର ମଜା ନେଇଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ଦମନ ଫିଲ୍ମ ଉପରୁ ଟିକସ ଛାଡ଼ କରିଥିବା ବେଳେ ଦମନ ରାଜ୍ୟ ଓ ରାଜ୍ୟ ବାହାରେ ଭଲ ସଫଳତା ପାଇଛି । ଏହାସହ ଏହି ଫିଲ୍ମ ଯୋଗୁ ହଲରେ ଭଲ ବ୍ୟବସାୟ ମଧ୍ୟ ହେଉଛି । ଯେଉଁଥିଲାଗି ଦର୍ଶକଙ୍କ ପାଇଁ ଏଭଳି ଏକ ନିଆରା ଉଦ୍ୟମ କରିଥିବା ହଲ ମାଲିକ କହିଛନ୍ତି ।

Leave A Reply

Your email address will not be published.