କୋଟସିରା ଗଣ୍ଡଗୋଳକୁ ତେଜିଲା ରାଜନୀତି, କଂଗ୍ରେସକୁ ଟାର୍ଗେଟ କଲା ବିଜେଡି

ଭଦ୍ରକ ୨୮/୧୧: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନ କୋଟସିରା ଗାଁରେ ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ନେଇ କଂଗ୍ରେସ ଅଭିଯୋଗ ଆଣିଥିବା ବେଳେ ବିଜେଡି କହିଛି ଘରୋଇ କଳିକୁ ନେଇ ରାଜନୈତିକ ଫାଇଦା ନେଉଛି କଂଗ୍ରେସ । ବିଜେଡି ଜିଲ୍ଲା ଛାତ୍ର ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ କହିଛନ୍ତି ଯେ ଏହି ଘଟଣାକୁ ଅଯଥା ରାଜନୀତିକରଣ କରାଯାଉଛି । ପୋଲିସ ତଦନ୍ତ ଠିକ ବାଟରେ ଯାଉଥିବା ବେଳେ କଂଗ୍ରେସ ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ପ୍ରୟାସ କରୁଛି । ଘଟଣା ବେଳେ ଅନୁପସ୍ଥିତ ଥିବା ବିଜେଡି ନେତା ଓ କର୍ମୀ ଙ୍କ ନାମ କୁ ଏତଲା ରେ ଯୋଡ଼ା ଯାଇଛି । କଂଗ୍ରେସ ଘରୋଇ କଳିକୁ ନେଇ ବିଜେଡିକୁ ବଦନାମ କରିବା ପାଇଁ ଯେଉଁ ପ୍ରୟାସ କରୁଛି ତାହାକୁ ନିନ୍ଦା କରାଯାଇଛି । ଏହି ଅବସରରେ ବିଜେଡି ର ନେତା ମାନେ ଉପସ୍ଥିତ ରହି କଂଗ୍ରେସର ଏହି କାର୍ଯ୍ୟକୁ ସମାଲୋଚନା କରଛନ୍ତି ।

Leave A Reply

Your email address will not be published.