୩ରୁ ସାରା ରାଜ୍ୟରେ ପ୍ରବଳ ଶୀତ

ଭୁବନେଶ୍ୱର ୨୯।୧୧ : ରାଜ୍ୟକୁ ଉତ୍ତରା ପବନ ବହୁଥିଲା । ଏବେ ଉତ୍ତର ପୂର୍ବରୁ ପବନ ବହିବ । ଏଥିପାଇଁ ଶୀତ କମିବ । ଡିସେମ୍ବର ୩ରୁ ସାରା ରାଜ୍ୟରେ ଉତ୍ତରା ପବନ ବହିବା ସହ ଭାରି ଶୀତ ହେବ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ଦୁଇ ଦିନରେ ରାତି ତାପମାତ୍ରା ୨ ଡିଗ୍ରୀ ବଢିବ । ପରବର୍ତ୍ତୀ ଦୁଇ ଦିନ ଏହା ଅପରିବର୍ତ୍ତିତ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡିିଶାରେ ବୁଧବାରରୁ ଶୁକ୍ରବାର ଭିତରେ ରାତି ତାପମାତ୍ରା ୨ ଡିଗ୍ରୀ ବଢିପାରେ । ସୋମବାର ରାତିରୁ ବୁଧବାର ରାତି ଭିତରେ ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣରେ ରାତି ତାପମାତ୍ରା ୧.୫ଡିଗ୍ରୀ ବଢିବ । ପରବର୍ତ୍ତୀ ଦୁଇ ଦିନ ଏହା ଅପରିବର୍ତ୍ତିତ ରହିପାରେ ବୋଲି ସେ କହିଛନ୍ତି । ଡିସେମ୍ବର ୩ରୁ ୬ ଭିତରେ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ । ଏହି ସମୟରେ ଭାରୀ ଶୀତ ଅନୁଭୂତ ହୋଇପାରେ ବୋଲି ଡ.ପଶୁପାଳକ କହିଛନ୍ତି । ଏହି ସମୟରେ କୋବି, ଶିମ୍ବ ଓ ଡାଲିଜାତୀୟ ଫସଲରେ ଜଉ ପୋକ ଲାଗିବାର ଆଶଙ୍କା ରହିଛି । ସୋରିଷ ଓ ଗେଣ୍ଡୁରେ ପାଉଁଶିଆ ରୋଗ ହେବା ପାଇଁ ପାଗ ଅନୁକୂଳ ଅଛି ବୋଲି ସେ ସତର୍କ କରାଇଛନ୍ତି ।

Leave A Reply

Your email address will not be published.