ଅର୍ଚ୍ଚନା ଅଡ଼ୁଆ ସୂତାରୁ ଖିଅ ଖୋଜୁଛି ଇଡି, ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁଙ୍କୁ ସମନ

ଭୁବନେଶ୍ୱର,୨୯/୧୧: ଅର୍ଚ୍ଚନା ନାଗ ବ୍ଲାକମେଲିଂ ଓ ଅର୍ଥ ହେରଫେର ମାମଲାରେ ତଦନ୍ତ ଜୋରଦାର ହୋଇଛି । ମଙ୍ଗଳବାର ଇଡିରେ ହାଜର ହୋଇପାରନ୍ତି ବିଲ୍ଡର ପ୍ରମୋଦ ସ୍ବାଇଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ସମନ କରିଥିବା ଜଣାପଡ଼ିଛି । ପୂର୍ବରୁ ପ୍ରମୋଦଙ୍କ ଘରେ ଭଡ଼ାରୁ ରହୁଥିଲେ ଅର୍ଚ୍ଚନା ।ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଯେତେ ଆଗକୁ ଯାଉଛି, ସେତେ ନୂଆ ତଥ୍ୟ ପଦାକୁ ଆସୁଛି । ଏହି କ୍ରମରେ ଇଡି ଜାଲରେ ପଡିଛନ୍ତି ଆଉ ଜଣେ ବିଲ୍ଡର। ଆଜି ଇଡିରେ ହାଜର ହୋଇପାରନ୍ତି ଫିଲ୍ମ ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ବାଇଁ। ପୂର୍ବରୁ ପ୍ରମୋଦ ସ୍ବାଇଁଙ୍କ ଘରେ ଭଡା ରହୁଥିଲେ ଅର୍ଚ୍ଚନା। ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ୱାଇଁଙ୍କୁ ଇଡି ସମନ କରିଥିବା ସୂଚନା ମିଳିଛି। ଏହି ମାମଲାରେ ଧୀରେ ଧୀରେ ଛନ୍ଦି ହୋଇଯାଇଛନ୍ତି ପ୍ରୋମଦ । ସୂଚନା ମୁତାବକ, ଅର୍ଚ୍ଚନା ନାଗ ଗିରଫ ପରେ ଅର୍ଥ ହେର୍‌ଫେର୍‌ ମାମଲାର ଖୋଲତାଡ଼ କରୁଛି ଇଡି । ଅର୍ଚ୍ଚନାଙ୍କ ସହ ଲିଙ୍କରେ ଥିବା ବ୍ୟବସାୟୀ ଓ ସହଯୋଗୀମାନଙ୍କୁ ପ୍ରର୍ଯ୍ୟାୟକ୍ରମେ ଡାକି ଜେରା କରୁଛି ଇଡି। ଓଡିଆ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା, ଅର୍ଚ୍ଚନାର ଡ୍ରାଇଭର ଚନ୍ଦନ ଓ ବିଜନେସ୍ ପାର୍ଟନର୍ ଖଗେଶ୍ୱରଙ୍କୁ ଜେରା କରିସାରିଛି ଇଡି। ତେବେ ଏହି କ୍ରମରେ ମଙ୍ଗଳବାର ପ୍ରଯୋଜକ ତଥା ବିଲ୍ଡର ପ୍ରମୋଦ ସ୍ୱାଇଁଙ୍କୁ ଇଡି ସମନ କରିଛି। ସେ ଇଡି ଅଫିସରେ ହାଜର ହେବା ପରେ ଜେରା କରାଯିବ।

Leave A Reply

Your email address will not be published.