ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀକୁ ନେଇ ଶକ୍ତ ଏନଆଇଏ, ଅଧିକ ତଦନ୍ତ ପାଇଁ ୩ଟି ରାଜ୍ୟରେ ରେଡ୍

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀକୁ ନେଇ ଶକ୍ତ ହୋଇଛି ଏନଆଇଏ । ଗ୍ୟାଙ୍ଗଷ୍ଟରର ସମ୍ପୃକ୍ତି ଥିବା ସ୍ଥାନ ଗୁଡ଼ିକରେ ଛାନବିନ୍ କରିଛି ଜାତୀୟ ଯାଞ୍ଚ ଏଜେନ୍ସି । ୩ଟି ରାଜ୍ୟରେ ଥିବା ଲରେନ୍ସ ବିଷ୍ଣୋୟୀର ବିଭିନ୍ନ ଠିକଣାରେ ରେଡ୍ କରିଛି ଏନଆଇଏ । ମଙ୍ଗଳବାର ସକାଳୁ ଯାଞ୍ଚ ଏଜେନ୍ସି ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରେ ଖୋଳତାଡ଼ କରିଛି । ଲରେନ୍ସ ବିଷ୍ଣୋୟୀର ସମ୍ପର୍କୀୟଙ୍କ ଘରେ ଛାନବିନ୍ କରିଛି ଏନଆଇଏ । କିଛି ଦିନ ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଦିଲ୍ଲୀ ମୁଖ୍ୟାଳୟରେ ଏନଆଇଏ ଟିମ୍ ପଚରାଉଚରା କରିଥିଲା । ପରେ ଅପରେସନକୁ ଆହୁରି ଜୋରଦାର କରିଛି ଟିମ୍ । ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଗୃହମନ୍ତ୍ରଣାଳୟ । ବିଭିନ୍ନ ଅପରାଧରେ ଜଡ଼ିତ ଥିବା ୨୫ଜଣ ଅପରାଧିଙ୍କ ବିରୋଧରେ ଆକ୍ସନ ନେବାକୁ ଏନଆଇଏକୁ ପତ୍ର ଲେଖିଥିଲା । ଏହି ଚିଠି ପରେ ଦିଲ୍ଲୀ, ହରିୟାଣା ଓ ପଞ୍ଜାବରର ଗ୍ୟାଙ୍ଗଷ୍ଟାରମାନଙ୍କୁ ଉତ୍ତର ଭାରତରୁ ଦକ୍ଷିଣ ଭାରତ ଜେଲକୁ ପଠାଯାଇଛି । ଏନଆଇଏର ରିପୋର୍ଟ ଅନୁଯାୟୀ, କିଛି ଗ୍ୟାଙ୍ଗଷ୍ଟର ଜେଲରେ ବସି ନିଜର ନେଟଓ୍ବର୍କ ଚଳାଉଥିଲେ । ତେବେ ଏମାନଙ୍କ ନେକ୍ସେସ୍ ଭାଙ୍ଗିବା ପାଇଁ ଜେଲରେ ଥିବା ସମସ୍ତ ଅପରାଧିଙ୍କୁ ଦକ୍ଷିଣ ଭାରତ ଜେଲକୁ ପଠାଯାଇଛି । କିଛି ଦିନ ପୂର୍ବରୁ ଅର୍ଗାନାଇଜିଡ୍ କ୍ରାଇମ ଗ୍ୟାଙ୍ଗର ନୀରଜ ବବନିୟା ଓ ତା’ର ସହଯୋଗୀକୁ ଟେରର ଫଣ୍ଡିଂ ମାମଲାରେ ଗିରଫ କରିଥିଲା ଏନଆଇଏ । ସେହିପରି କୁଖ୍ୟାତ ଅପରାଧି ଦିଲ୍ଲୁ ତାଜପୁରିଆ ଓ ନବୀନ ଓ୍ବାଲିକୁ ୟୁଏପିଏ ଧାରରେ ଗିରଫ କରିଛି ଯାଞ୍ଚ ଏଜେନ୍ସି । ଏପର୍ଯ୍ୟନ୍ତ ୟୁଏପିଏ ଧାରାରେ ଗିରଫ ହୋଇଥିବା ସମସ୍ତ ଅପରାଧିଙ୍କୁ ପଚରାଉଚାର କରୁଛି ଏନଆଇଏ । ଆତଙ୍କବାଦୀଙ୍କୁ ଟେରର ଫଣ୍ଡିଂ ପାଇଁ ଏହି ଗ୍ୟାଙ୍ଗଷ୍ଟର ମାନଙ୍କୁ ପାକିସ୍ତାନ ବ୍ୟବହାର କରୁଥିଲା ବୋଲି କହିଛି ଯାଞ୍ଚ ଟିମ୍ ।   

Leave A Reply

Your email address will not be published.