୨’ଡିସେମ୍ଵରରେ ବିବାହର ଘୋଷଣା କରିବେ କିଆରା

ମୁମ୍ଵାଇ ୨୮।୧୧: ବଲିଉଡର ଚୁଲବୁଲି ଅଭିନେତ୍ରୀ କିଆରା ଆଡଭାନୀ। ସେ ସବୁବେଳେ ତାଙ୍କ ଚଳଚ୍ଚିତ୍ର ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମ୍ ଲାଇଟ୍ରେ ରହିଥାନ୍ତି। କିଆରାଙ୍କ ନାମ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଜଡିତ। ଉଭୟ ଶୀଘ୍ର ବିବାହ କରିବେ ବୋଲି ଦାବି କରାଯାଇଛି। କିନ୍ତୁ ଏହି ସମୟରେ କିଆରା ଆଡଭାନୀ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଖୁବ୍ ଶୀଘ୍ର ଏକ ବଡ଼ ଘୋଷଣା କରିବା ବିଷୟରେ କହିଛନ୍ତି । ଏଥି ସହିତ କିଆରାର ଏହି ପୋଷ୍ଟକୁ ନେଇ ନାନା କଳ୍ପନା କରାଯାଉଛି। ନିକଟରେ କିଆରା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ କିଆରା ତାଙ୍କ ଲୁକ୍ ଷ୍ଟାଇଲ୍ ଦେଖାଉଛନ୍ତି । ଏହି ଭିଡିଓଟି କିଛି ସେକେଣ୍ଡର କିନ୍ତୁ ଅଭିନେତ୍ରୀଙ୍କ ଶୈଳୀ ଦେଖିବା ଯୋଗ୍ୟ । ଭିଡିଓର କ୍ୟାପସନରେ ଲେଖିଛନ୍ତି, ‘ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ଗୁପ୍ତ ରଖନ୍ତୁ ନାହିଁ! ଶୀଘ୍ର ଆସୁଛି … ଦେଖୁଥାନ୍ତୁ … ୨ ଡିସେମ୍ବର

Leave A Reply

Your email address will not be published.