୨୨ ବର୍ଷୀୟ ଯୁବତୀଙ୍କୁ ନିଶା ଅବସ୍ଥାରେ ଗଣଦୁଷ୍କର୍ମ

ବେଙ୍ଗାଲୁରୁ : ୨୨ ବର୍ଷୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ରାପିଡୋରେ ନେଲେ, ଠିକଣା ଜାଗା ପରିବର୍ତ୍ତେ ଘରକୁ ନେଇ ଦୁଷ୍କର୍ମ କଲେ । ଏପରି ଏକ ଅଭିଯୋଗ ଆସିଛି ବେଙ୍ଗାଲୁରୁ ସହରରୁ । କେରଳର ଜଣେ ଯୁବତୀଙ୍କୁ ରାପିଡୋ ବାଇକ୍‌ ଟ୍ୟାକ୍ସି ଚାଳକ ଏବଂ ତାଙ୍କର ଜଣେ ସହକର୍ମୀ ମିଶି ଗଣ ଦୁଷ୍କର୍ମ କରିଥିବା ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ୍‌ର ସୂଚନା ମୁତାବକ, ଏହି ଘଟଣା ଗତ ଶୁକ୍ରବାର ଘଟିଛି । ପୀଡ଼ିତା ତାଙ୍କ ଏଫ୍‌ଆଇର୍‌ରେ ଉଲ୍ଲେଖ କରିଛନ୍ତି ଯେ, ସେ ବାଇକ୍‌ ଟ୍ୟାକ୍ସି ବୁକିଂ କରିବା ପୂର୍ବରୁ ତାଙ୍କ ସାଙ୍ଗ ଘରେ ରହିଥିଲେ । ମଧ୍ୟ ରାତ୍ରିରେ ସେ ଅନ୍ୟ ଜଣେ ସାଙ୍ଗଙ୍କ ନିକଟକୁ ଯିବା ପାଇଁ ଏହାକୁ ବୁକିଂ କରିଥିଲେ । କିନ୍ତୁ ସେ ଉକ୍ତ ରାତିରେ ମଦ ପିଇ ନିଶାରେ ଥିଲେ । ବାଇକ୍‌ ଚାଳକ ତାଙ୍କୁ ତାଙ୍କ ଠିକଣା ସ୍ଥାନରେ ପହଞ୍ଚାଇଥିଲେ । ହେଲେ ନିଶା ଏତେ ମାତ୍ରାରେ ଚଢ଼ି ଯାଇଥିଲା ଯେ ସେ ବାଇକ୍‌ରୁ ମଧ୍ୟ ଓହ୍ଲାଇ ପାରିନଥିଲେ ବୋଲି ପୋଲିସ୍‌ କହିଛି । ତେବେ ତାଙ୍କର ଏହି ଅବସ୍ଥାର ଫାଇଦା ନେଇ ଚାଳକ ଜଣଙ୍କ ତାଙ୍କୁ ତାର ରୁମ୍‌କୁ ନେଇଥିଲେ । ସେଠାରେ ଅନ୍ୟଜଣେ ମହିଳା ମଧ୍ୟ ଥିଲେ । କିଛି ସମୟ ପରେ ଅନ୍ୟ ଜଣେ ମଧ୍ୟ ସେଠାକୁ ଆସିଥିଲେ । ଦୁଇ ଜଣ ମିଶି ତାଙ୍କୁ ଦୁଷ୍କର୍ମ କରିଥିବା ସେ ପୋଲିସ୍‌ ଆଗରେ କହିଛନ୍ତି । ଏହି ଘଟଣାର ପରଦିନ ଚେତାକୁ ଫେରିଥିଲେ ଯୁବତୀ । ସେ ପୀଡ଼ା ଅନୁଭବ କରୁଥିଲେ । ଅଭିଯୁକ୍ତର ଘରୁ ସେ ସିଧା ମେଡିକାଲ୍‌ ଯାଇଥିଲେ । ଡାକ୍ତର ଦେଖି ସାରିବା ପରେ ପୋଲିସ୍‌କୁ ଏନେଇ ଜଣାଇଥିଲେ । ତେବେ ଏହି ଘଟଣାର ଦୁଇ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଥିବା ବେଳେ ମହିଳାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି ।

Leave A Reply

Your email address will not be published.