ଏନଡିଟିଭିରୁ ଇସ୍ତଫା ଦେଲେ ପ୍ରଣୟ ରାୟ ଏବଂ ରାଧିକା ରାୟ

ନୂଆଦିଲ୍ଲୀ: ଶେଷରେ ଯାହା ଅନୁମାନ କରାଯାଉଥିଲା ତାହା ହିଁ ଘଟିଲା। ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ପ୍ରଣୟ ରାୟ ଏବଂ ତାଙ୍କ ପତ୍ନୀ ରାଧିକା ରାୟ। ଉଭୟ ନୂଆଦିଲ୍ଲୀ ଟେଲିଭିଜନ ଟେଲିଭିଜନ ଲିମିଟେଡ୍(ଏନଡିଟିଭି)ର ବୋର୍ଡ ଅଫ ଡାଇରେକ୍ଟର୍ସ ପଦରୁ ଇସ୍ତଫା ଦେଇଛନ୍ତି। ଏନଡିଟିଭିର ପ୍ରତିଷ୍ଠାତା ହେଉଛନ୍ତି ପ୍ରଣୟ ରାୟ। ତେବେ ଏସିଆର ଏକ ନମ୍ବର ଧନୀ ତଥା ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନି ଅଦାନୀ ଗ୍ରୁପ ଏନଡିଟିଭିକୁ କିଣିବା ପରେ ନିଜ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଣୟ ଏବଂ ରାଧିକା। ଏନଡିଟିଭି ଏକ ପତ୍ର ଜରିଆରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଜଣାଇଛି ଯେ, ଏନଡିଟିଭିର ପ୍ରମୋଟର ଗ୍ରୁପ ଆରଆରପିଆର ହୋର୍ଲ୍ଡି ପ୍ରାଇଭେଟ୍ ଲିମିଟେଡ୍(RRPRH) ଦ୍ଵାରା ସୂଚିତ କରାଯାଉଛି ଯେ ବୋର୍ଡ ଅଫ ନିର୍ଦ୍ଦେଶକ ପଦରୁ ପ୍ରଣୟ ରାୟ ଏବଂ ରାଧିକା ରାୟ ୨୦୨୨ ନଭେମ୍ବର ୨୯ରେ ଇସ୍ତଫା ଦେଇଛନ୍ତି। ତାଙ୍କର ଦୀର୍ଘ ସମୟର କାର୍ଯ୍ୟକାଳ ଏଠାରେ ସମାପ୍ତ ହୋଇଛି। ଉଭୟଙ୍କ ସ୍ଥାନରେ ସଞ୍ଜୟ ପୁଗଲିଆ ଏବଂ ସେନ୍ଥିଲ ସିନେୟା ଚେଙ୍ଗଲଓ୍ଵାରାୟଣଙ୍କୁ ତତ୍କାଳ ପ୍ରଭାବରୁ RRPRHର ବୋର୍ଡ ଅଫ ନିର୍ଦ୍ଦେଶକ ଭାବେ ନିଯୁକ୍ତ ଦିଆଯାଉଛି।

Leave A Reply

Your email address will not be published.