୨୨ବର୍ଷ ସାନ ଗର୍ଲଫ୍ରେଣ୍ଡଙ୍କ ସହ ଅରବାଜଙ୍କ ବ୍ରେକଅପ୍‌

ମୁମ୍ଵାଇ ୩୦।୧୧: ଅରବାଜ ଖାନ ଏବଂ ଜର୍ଜିଆ ଏଣ୍ଡ୍ରିଆନି । ସେମାନେ ତାଙ୍କ ଲଭଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ମଲାଇକାଙ୍କୁ ଛାଡପତ୍ର ଦେବା ପରେ ଲାଇମଲାଇଟରେ ଅଛନ୍ତି ଅରବାଜ। ଦୁହେଁ ଅନେକ ସମୟ  ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଦୁହେଁ ପ୍ରାୟତ କ୍ଵାଲିଟି ଟାଇମ୍‌ ଏକାଠି ଅତିବାହିତ କରନ୍ତି। ସୋସିଆଲ ମିଡିଆରେ ଅରବାଜ ଏବଂ ଜର୍ଜିଆର ବିବାହ ଖବର ପ୍ରାୟତ ଆଲୋଚନା ହୁଏ। କିନ୍ତୁ ବର୍ତ୍ତମାନ ଉଭୟଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଦାବି କରାଯାଇଛି ଯେ ଅରବାଜ ଏବଂ ଜର୍ଜିଆ ଅଲଗା ହୋଇଯାଇଛନ୍ତି। ଜର୍ଜିଆ ତାଙ୍କର ଶେଷ ସାକ୍ଷାତକାରରେ ଅରବାଜ ଖାନ ଏବଂ ତାଙ୍କ ସହ ଥିବା ସମ୍ପର୍କ ବିଷୟରେ କହିଥିଲେ। ଅରବାଜ ଏବଂ ସେ କେବଳ ଭଲ ବନ୍ଧୁ। କେବଳ ଏତିକି ନୁହେଁ ଉଭୟଙ୍କ ମଧ୍ୟରେ ବିବାହ କରିବା ଭଳି କିଛି ନାହିଁ ବୋଲି ସେ କହିଛନ୍ତି। ଲକଡାଉନ୍ ପରେ ସେମାନଙ୍କ ସମ୍ପର୍କରେ ଅନେକ ପରିବର୍ତ୍ତନ ଆସିଛି। ଏହା ମଧ୍ୟ କୁହାଯାଇଛି ଯେ ସେ ଅରବାଜ ଏବଂ ମଲାଇକାଙ୍କ ପରିବାରକୁ ଅନେକ ଥର ଭେଟିଛନ୍ତି। ଏହା ବ୍ୟତୀତ ଆହୁରି କହିଛନ୍ତି କି ଆମର ବିବାହ କରିବାର କୌଣସି ଯୋଜନା ନାହିଁ । ବାସ୍ତବରେ ଲକଡାଉନ୍ ଲୋକମାନଙ୍କୁ ନିକଟତର କରିଛି କିମ୍ବା ସେମାନଙ୍କୁ ଅଲଗା କରିଦେଇଛି । ଜର୍ଜିଆର ଏହି ବିବୃତ୍ତି ପରେ ଅନୁମାନ କରାଯାଉଛି ଯେ ଉଭୟ ଅଲଗା ହୋଇଯାଇଛନ୍ତି। କିନ୍ତୁ ବ୍ରେକଅପ୍ ପରେ ମଧ୍ୟ ଅରବାଜ୍ ଏବଂ ଜର୍ଜିଆ ସେମାନଙ୍କ ମଧ୍ୟରେ ତିକ୍ତତା ଆସିବାକୁ ଦେଉନାହାଁନ୍ତି । ଉଲ୍ଲେଖନୀୟ କଥା ହେଉଛି, ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିଆନି ଚାରି ବର୍ଷ ଧରି ପରସ୍ପରକୁ ଡେଟ କରିଛନ୍ତି। ଉଭୟଙ୍କ ମଧ୍ୟରେ ୨୨ ବର୍ଷର ବ୍ୟବଧାନ ଅଛି।  ଜର୍ଜିଆ ଏବଂ ଅରବାଜଙ୍କ ମଧ୍ୟରେ ଥିବା ବୟସ କାରଣରୁ ଉଭୟ ନିଜ ସମ୍ପର୍କ ପାଇଁ ଅନେକ ଥର ଟ୍ରୋଲ ହୋଇଥିଲେ ।

Leave A Reply

Your email address will not be published.