ମୃତ୍ୟୁର ସୌଦାଗର; ୮୦ରୁ ଅଧିକ ମର୍ଡର କରିଥିବା ଦାବି

ନୂଆଦିଲ୍ଲୀ: ମୃତ୍ୟୁର ସୌଦାଗର ଆମେରିକା ଯୁବକ । ଗୋଟିଏ ପରେ ଗୋଟିଏ ନେଉଥିଲା ଜୀବନ । ଟାର୍ଗେଟ୍‌ରେ ରହିଥିଲେ ମହିଳା । ପିଲା ବେଳେ ମାଆକୁ ମାରିବାର ରଚିଥିଲା ମୃତ୍ୟୁ ପ୍ଲାନ୍ । ଦେହଜୀବୀଙ୍କୁ ହତ୍ୟା କରିବା ଜହ୍ଲାଦର ନିଶା ଥିଲା । ମର୍ଡରକୁ ନିଜର ପେଶା କରିଦେଇଥିଲା ଓ୍ବାସିଂଟନର ଏହି ଗ୍ରୀନ୍ ରିଭର ସିରିଏଲ କିଲର ଗୈରୀ । ବାଲ୍ୟ ଅବସ୍ଥାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ରୁ ଅଧିକ ମର୍ଡର କରିଥିବା ଦାବି କରିଛନ୍ତି ଲୋକେ। ହେଲେ ୪୮ଟି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଗ୍ରୀନ୍ ରିଭର ସିରିଏଲ କିଲରର ପେଶା ଥିବା ହତ୍ୟା କରିବା । ବାଲ୍ୟାସ୍ଥରେ ନିଜ ମାଆକୁ ହତ୍ୟା କରି ରେଡ୍ ପ୍ଲାନ୍ ରଚିଥିଲା ଯୁବକ । ଏହା ପରେ ସ୍କୁଲରେ ପ୍ରଥମ ଥର ପାଇଁ ଜଣେ ସହଯୋଗୀ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ଦେହଜୀବୀଙ୍କୁ ଟାର୍ଗେଟ୍ କରିଥିଲା ଗ୍ରୀନ୍ ରିଭିର ସିରିଏଲ କିଲର । ୧୯୮୦ରୁ ୯୦ ମଧ୍ୟରେ ୮୦ରୁ ଅଧିକ ମହିଳାଙ୍କୁ ହତ୍ୟା କରିଥିବା ଦାବି ହୋଇଛି । ପୋଲିସର ରିପୋର୍ଟ ଅନୁଯାୟୀ, ୧୯୪୯ ଫେବ୍ରୁଆରୀ ୧୮ ତାରିଖରେ ସାଲ୍ଟ  ଲେକ୍ ସିଟିରେ ଜନ୍ମ ହୋଇଥିଲା ସିରିଏଲ କିଲର ଗୈରୀ ରେଡଓ୍ବି । ପିଲା ବେଳେ କଠୋର ବ୍ୟବହାର ପାଇଁ ମାଆଙ୍କୁ ଘୃଣା କରିବା ସହିତ ହତ୍ୟା କରିବାକୁ ଯୋଜନା କରିଥିଲା । ୧୯୬୦ରେ ପ୍ରଥମ ଥର ପାଇଁ ହାଇସ୍କୁଲରେ ଜଣେ ଛାତ୍ରକୁ ଛୁରୀ ଭୁସି ଦେଇଥିଲା । ୧୯୮୦ରେ ଜଣେ ଦେହଜୀବୀକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିଲେ ଗୈରୀ । ଅଭିଯୁକ୍ତର ପ୍ରଥମ ଶିକାର ହୋଇଥିଲା ଜଣେ ନାବାଳିକା । ୧୬ ବର୍ଷୀୟା ଝିଅ କୀଡ୍ନାପ ହେବାର କିଛି ଦିନ ପରେ ନୀଳନଦୀରୁ ମୃତଦେହ ମିଳିଥିଲା ।

Leave A Reply

Your email address will not be published.