FIFA ବିଶ୍ଵ କପ: ପୋଲାଣ୍ଡକୁ ୨-୧ରେ ହରାଇଲା ଆର୍ଜେଣ୍ଟିନା, ପ୍ରି କ୍ଵାର୍ଟରରେ ମେସିଙ୍କ ଦଳ

ଦୋହା: ପରାଜୟ ଦୁଃଖ ଭୁଲି କ୍ରମାଗତ ଦ୍ୱିତୀୟ ବିଜୟ ସହ ନକ୍‌ ଆଉଟ୍‌ରେ ପ୍ରବେଶ କରିଛି ୨ଥର ବିଶ୍ୱ ଚାମ୍ପିଅନ୍‌ ଆର୍ଜେଣ୍ଟିନା । ଗ୍ରୁପ୍‌-ସି’ର ଏକ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୦ ଗୋଲ୍‌ରେ ପୋଲାଣ୍ଡକୁ ପରାସ୍ତ କରିଥିଲା । ୬ ପଏଣ୍ଟ ସହ ଗ୍ରୁପ୍‌ ଶୀର୍ଷ ସ୍ଥାନ ଦଖଲ କରି ଆର୍ଜେଣ୍ଟିନା ରାଉଣ୍ଡ-୧୬ରେ ପ୍ରବେଶ କରିଥିଲା । ପୋଲାଣ୍ଡ ପରାଜିତ ହୋଇଥିଲେ ହେଁ ନକ୍‌ ଆଉଟ୍‌ରେ ପ୍ରବେଶ କରିଥିଲା । ଅନ୍ୟ ମ୍ୟାଚ୍‌ରେ ମେକ୍ସିକୋ ୨-୧ ଗୋଲ୍‌ରେ ସାଉଦି ଆରବକୁ ହରାଇବାରୁ ପୋଲାଣ୍ଡର ନକ୍‌ ଆଉଟ୍‌ ସ୍ୱପ୍ନ ସଫଳ ହୋଇଥିଲା ।ଷ୍ଟାଡିୟମ ୯୭୪ରେ ଆଜି ମ୍ୟାଚ୍‌ ଆରମ୍ଭରୁ ଆର୍ଜେଣ୍ଟିନା ପ୍ରଭାବ ବିସ୍ତାର କରି ଖେଳିଥିଲା । ପୂର୍ବ ୨ ମ୍ୟାଚ୍‌ ତୁଳନାରେ ଏଥର ପ୍ରତ୍ୟେକ ଖେଳାଳିଙ୍କ ମଧ୍ୟରେ ତାଳମେଳ ରହିଥିଲା । ସଠିକ୍‌ ପାସ୍‌ ବିନିମୟ ହୋଇଥିଲା । ଡାହାଣ ପାର୍ଶ୍ବରୁ ଆଞ୍ଜେଲ ଡି ମାରିଆ ଓ ବାମ ପାର୍ଶ୍ବରୁ ଏଞ୍ଜୋ ଫର୍ଣ୍ଣାଣ୍ଡିସ ପୋଲାଣ୍ଡ ରକ୍ଷଣ ଭାଗ ଭେଦ କରିଥିଲେ । ମଝିରେ ଖେଳୁଥିବା ଲିଓନେଲ ମେସି ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ । ଆର୍ଜେଣ୍ଟିନାର ଆକ୍ରମଣ ପ୍ରତି ପୋଲାଣ୍ଡ ସତର୍କ ରହିଥିଲା । ତେଣୁ ପ୍ରତିଆକ୍ରମଣ ଛାଡ଼ି ଦଳ କେବଳ ରକ୍ଷଣ ଭାଗ ଉପରେ ଲୟ ଜମାଇଥିଲା । ଆର୍ଜେଣ୍ଟିନା ବାରମ୍ବାର ଆକ୍ରମଣ କରିଥିଲା । ୩୭ତମ ମିନିଟ୍‌ରେ ପୋଲାଣ୍ଡ ଗୋଲ କିପର ବୋଜିତ୍ସକ ସଜେସ୍ନି ବକ୍ସ ନିକଟରେ ମେସିଙ୍କୁ ଫାଉଲ ମାରିଥିଲେ । ଭାର ରିଭ୍ୟୁରେ ଫାଉଲ ସ୍ପଷ୍ଟ ହୋଇଥିଲା ଓ ଆର୍ଜେଣ୍ଟିନାକୁ ପେନାଲ୍ଟି ମିଳିଥିଲା । ମେସି ପେନାଲ୍ଟି ମାରିଥିଲେ ହେଁ ଏହାକୁ ସଜେସ୍ନି ଅଟକାଇ ଦେଇଥିଲେ । ଆର୍ଜେଣ୍ଟିନା ଏକ ନିଶ୍ଚିତ ଗୋଲ୍‌ରୁ ବଞ୍ଚିତ ହୋଇଥିଲା । ସଜେସ୍ନିଙ୍କ ପାଇଁ ପ୍ରଥମାର୍ଦ୍ଧ ବ୍ୟସ୍ତ ବହୁଳ ରହିଥିଲା । ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧୨ଟି ସୁଯୋଗ ସୃଷ୍ଟି କରିଥିଲେ ହେଁ ସଜେସ୍ନି ଓ ପୋଲାଣ୍ଡ ଡିଫେଣ୍ଡରମାନେ ସବୁ ପ୍ରୟାସ ବିଫଳ କରାଇ ଦେଇଥିଲେ ।

Leave A Reply

Your email address will not be published.