ଅନେକ ସମୟ ହେବ ଫିଲ୍ମରୁ କାହିଁକି ବ୍ରେକ୍‌ ନେଇଥିଲେ ଶାହାରୁଖ, ଏବେ କଲେ ଖୁଲାସା

ମୁମ୍ଵାଇ ୦୩।୧୨: ବର୍ତ୍ତମାନ ଶାହରୁଖ ଖାନ ତାଙ୍କ ଫିଲ୍ମ ପଠାନ ପାଇଁ ଚର୍ଚ୍ଚାରେ ଅଛନ୍ତି। ଚଳଚ୍ଚିତ୍ରରୁ ବିରତି ନେବା ପରେ, ୨୦୨୩ ମସିହାରେ ଶାହରୁଖଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିବ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଶାହରୁଖ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ କାହିଁକି ଏତେ ସମୟ ବିରତି ନେଇଥିଲେ? ଯଦି ଆପଣ ଏହାର କାରଣ ଜାଣି ନାହାଁନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହି ରିପୋର୍ଟରେ ଶାହାରୁଖଙ୍କ ବ୍ରେକର କାରଣ ବିଷୟରେ କହିବୁ….ନିକଟରେ ଏକ ସାକ୍ଷାତକାରରେ ଶାହାରୁଖ କାହିଁକି ଏତେ ଲମ୍ବା ବ୍ରେକ ନେଇଛନ୍ତି ତାହା ପ୍ରକାଶ କରିଛନ୍ତି। ଏହା ମଧ୍ୟ ଜାଣନ୍ତୁ ସେହି ବ୍ୟକ୍ତି କିଏ ଯେଉଁଥିପାଇଁ ଚଳଚ୍ଚିତ୍ର ଜଗତରୁ ନିଜକୁ ଦୂରେଇ ରଖିବାକୁ ପଡିଲା । ଶାହାରୁଖ ତାଙ୍କ ପରିବାର ଆଗରେ କୌଣସି ଜିନିଷକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ । ୩୨ ବର୍ଷ ଯାଏଁ ଦିନକୁ ୧୮ ଘଣ୍ଟା କାମ କରିବା ପରେ ଶାହରୁଖ ନିଜ ପିଲାମାନଙ୍କ ସହିତ କିଛି ସୁନ୍ଦର ମୁହୂର୍ତ୍ତ ବିତାଇବାକୁ ଚାହୁଁଥିଲେ ।ସାକ୍ଷାତକାରରେ ଶାହରୁଖ କହିଛନ୍ତି ଯେ ସେ ଅନୁଭବ କରୁଥିଲେ ଯେ ଯେତେବେଳେ ପିଲାମାନେ ପଢିବାକୁ ଯାଆନ୍ତି… ପରେ ସେ ଏକୁଟିଆ ଅନୁଭବ କରୁଛନ୍ତି… ଏପରି ପରିସ୍ଥିତିରେ ସେ ହଠାତ୍ ଶୁଟିଂ ମଝିରେ ଛାଡି ସେମାନଙ୍କ ପାଖରେ ପହଞ୍ଚି ପାରନ୍ତି ନାହିଁ। ଯେତେବେଳେ ସୁହାନା ଲଣ୍ଡନରୁ ନ୍ୟୁୟର୍କକୁ ଗଲା ମୁଁ ଭାବିଲି ସେ ଏହି ସମୟରେ ଏକୁଟିଆ ଅନୁଭବ କରିବ । ତେଣୁ ମୁଁ ଚଳଚ୍ଚିତ୍ରରୁ ଟିକେ ବିରତି ନେବି । ମୋ ଝିଅ ପାଖକୁ ଯିବି …

Leave A Reply

Your email address will not be published.