ଟିକେଟ୍‌ ପାଇଁ କଂଗ୍ରେସ ନେତା ବିଜେଡି ମୁହାଁ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ବହୁ କଂଗ୍ରେସ ନେତା ଓ ପୂର୍ବତନ କଂଗ୍ରେସ ନେତା ଏବେ ଟିକେଟ୍‌ ପାଇଁ ବିଜେଡି ମୁହାଁ ହେବାରେ ଲାଗିଛନ୍ତି। ଏହି କିଛିଦିନ ଧରି ସେମାନଙ୍କ ରାଜନୈତିକ ଗତିବିଧି ଓ ବିଜେଡି ନେତାଙ୍କ ସହ ସମ୍ପର୍କରୁ ଏହା ଅନୁମାନ କରାଯାଉଛି। ରାଜନୈତିକ ମହଲରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା କରାଯାଉଛି। ୨୦୧୯ ମସିହାରୁ କଂଗ୍ରେସ ନେତାଙ୍କ ବିଜେଡିରେ ଯୋଗଦାନ ପ୍ରକ୍ରିୟା ଆପାତତଃ ଆରମ୍ଭ ହୋଇଛି। ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ‌ଯୋଗେଶ ସିଂହ ସେହିବର୍ଷ ଫେବ୍ରୁଆରି ୯ ତାରିଖ ଦିନ କଂଗ୍ରେସ ହାତ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଜିଲ୍ଲା ରାଜନୀତିର ଗତିବିଧିକୁ ନିରୀକ୍ଷଣ କରୁଥିବା ବିଶେଷଜ୍ଞଙ୍କ ମତରେ, ‘ ବି‌ଜେଡିରେ ଯୋଗଦାନ ପୂର୍ବରୁ ଶ୍ରୀ ସିଂହ ଲଗାତାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଥିଲେ। ଫଳରେ, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଂଗ୍ରେସ ନିଲମ୍ବିତ କରିବା ପରେ ତାଙ୍କର ବିଜେଡିରେ ଯୋଗଦାନ ବାଟ ପରିଷ୍କାର ହୋଇଯାଇଥିଲା।’ ଶ୍ରୀ ସିଂହଙ୍କ ପରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଡା. ପ୍ରଫୁଲ୍ଲ ମାଝୀ। ଡା. ମାଝୀ ତଳସରା ଆସନରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୧ ଡିସେମ୍ବର ୬ ତାରିଖରୁ ଦଳରୁ ସେ ଇସ୍ତଫା ଦେଇଥିଲେ। ଏହାର ୧୦ ଦିନ ପରେ, ଅର୍ଥାତ୍‌ ଡିସେମ୍ବର ୧୦ ତାରିଖରେ ବିଧିବଦ୍ଧଭାବେ ବିଜେଡିରେ ସାମିଲ ହୋଇଥିଲେ।

Leave A Reply

Your email address will not be published.