ସମଗ୍ର ତାମିଲନାଡୁରେ ଥିବା ମନ୍ଦିରମାନଙ୍କରେ ମୋବାଇଲ୍‌ ଫୋନ୍‌ ନିଷେଧ କଲେ ମାଡ୍ରାସ ହାଇକୋର୍ଟ

ମଦୁରାଇ: ନିଷ୍ଠା ଓ ଧାର୍ମିକ ପବିତ୍ରତା ବଜାୟ ରଖିବା ନିମନ୍ତେ ତାମିଲନାଡୁ ରାଜ୍ୟରେ ଥିବା ମନ୍ଦିରମାନଙ୍କରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନିଷେଧ କରିବା ଲାଗି ଶୁକ୍ରବାର ଦିନ ମାଡ୍ରାସ୍‌ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ‘ହିନ୍ଦୁ ରିଲିଜିୟସ୍‌ ଆଣ୍ଡ୍‌ ଚାରିଟେବଲ୍‌ ଏଣ୍ଡାଓମେଣ୍ଟ୍‌’କୁ (ଏଚ୍‌ଆର୍‌ ଆଣ୍ଡ୍‌ ସିଇ) ଆଦେଶ ଦେଇଛନ୍ତି। ଭକ୍ତମାନେ ନିର୍ବିଘ୍ନରେ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବାରୁ ତିରୁଚେନ୍ଦୁର ମନ୍ଦିର ଭିତରେ ମୋବାଇଲ୍‌ ଫୋନ୍‌ ରଖିବା ଓ ବ୍ୟବହାର ନିଷେଧ କରିବା ଲାଗି ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଲୋଡ଼ି ତୂତୁକୁଡ଼ି ଅନ୍ତର୍ଗତ ତିରୁଚେନ୍ଦୁରସ୍ଥିତ ଶ୍ରୀ ସୁବ୍ରମଣିଆ ସ୍ବାମୀ ମନ୍ଦିରର ଅନ୍ୟତମ ତିରିସୁତାନ୍ତିରାର ଏମ୍‌. ସୀତାରମଣ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

Leave A Reply

Your email address will not be published.