‘ଆୟୁଷ୍ମାନ ଯୋଜନା’କୁ ତ୍ବରାନ୍ବିତ କରନ୍ତୁ ରାଜ୍ୟ ସରକାର : ଭାରତୀ ପାୱାର

ଭୁବନେଶ୍ବର : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି। ଆୟୁଷ୍ମାନ ଭାରତ ଯୋଜନା ତ୍ୱରାନ୍ୱିତ ହେଲେ ଓଡ଼ିଶାର ଯେ କୌଣସି ବ୍ୟକ୍ତି ଦେଶର ଯେ କୌଣସି ସ୍ଥାନରେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବେ। ମାତ୍ର ଏହି ଯୋଜନା ଓଡ଼ିଶାରେ ତ୍ୱରାନ୍ୱିତ ହେଉନାହିଁ। ରାଜ୍ୟ ସରକାର ଏ ବିଷୟରେ ଚିନ୍ତା କରି ତୁରନ୍ତ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରନ୍ତୁ ବୋଲି ଅର୍ଗସ ଟିଭିର ‘ଓଡ଼ିଶା ସ୍ୱାସ୍ଥ୍ୟ ସଂଯୋଗ’ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।

Leave A Reply

Your email address will not be published.