‘ଦମନ’ ଚଳଚ୍ଚିତ୍ର ଦେଖିଲା ପ୍ରଶାସନ, ଉପସ୍ଥିତ ଥିଲେ ବରିଷ୍ଠ ଅଧିକାରୀ

ଝାରସୁଗୁଡ଼ା ୦୪।୧୨ : ଚାରିଆଡେ ଏବେ ଦମନ ଫିଲ୍ମର ଚର୍ଚ୍ଚା । ନିଚ୍ଛକ କଥାବସ୍ତୁକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଦମନର ସାରା ରାଜ୍ୟ ତଥା ଦେଶରେ ବେଶ୍‌ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ଏହିକ୍ରମରେ ଦମନ ଚଳଚ୍ଚିତ୍ରକୁ ଦେଖିଲେ ଜିଲ୍ଲା ପ୍ରଶାସନ ଅଧିକାରୀ ଓ କର୍ମଚାରୀ। ଝାରସୁଗୁଡ଼ାସ୍ଥିତ ଶିବା ମଲ୍ଟିପ୍ଲେକ୍ସରେ ଜିଲ୍ଲାପାଳ, ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଦେଖିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଦମନ। ରାଜ୍ୟ ସରକାର ଚଳଚ୍ଚିତ୍ରଟିକୁ ଟିକସ ମୁକ୍ତ କରିଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡା ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଦମନ ଚଳଚ୍ଚିତ୍ର ଦେଖିଛନ୍ତି l ଲୋକଙ୍କ ଜୀବନ ରକ୍ଷା ପାଇଁ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ କରିଥିବା ସଂଘର୍ଷମୟ କଥାକୁ ନିଚ୍ଛକ ଭାବରେ ଏହି ଚଳଚ୍ଚିତ୍ରରେ ଦେଖାଯାଇଛି l ସମସ୍ତ ବର୍ଗର ଲୋକେ ଏହି ଚଳଚ୍ଚିତ୍ର ଦେଖିପାରିବେ। ବିଶେଷ କରି ସେବା କ୍ଷେତ୍ରରେ ଥିବା ଅଧିକାରୀ, କର୍ମଚାରୀ ଓ ବ୍ୟକ୍ତି ବିଶେଷଙ୍କ ମନୋବଳକୁ ଏହି ଚଳଚ୍ଚିତ୍ର ଆହରୁ ସୁଦୃଢ କରିପାରିବ ବୋଲି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି l

Leave A Reply

Your email address will not be published.